ରାଜନଗର ଓକିଲପାଳ ଗାଁରେ ଅଘଟଣ:ଡିବିରି ଆଲୁଅରୁ ନିଆଁ ଲାଗି ବାପା, ମା’ଙ୍କ ସମ୍ମୁଖରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

ରାଜନଗର : କେନ୍ଦ୍ରପେଡା ଜିଲ୍ଲା ରାଜନଗର ଓକିଲପାଳ ଗାଁରେ ଅଘଟଣ । ବାପା, ମା ଙ୍କ ସମ୍ମୁଖରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ । ସୂଚନା ଅନୁଯାୟୀ,  ବିଳମ୍ବିତ ରାତିରେ ଧାନ ଖଳାରେ ଡିବିରି ଆଲୁଅରୁ ନିଆଁ ଲାଗି ଚାରିଆଡକୁ ବ୍ଯାପି ଯାଇଥିଲା ।

ଯାହାଫଳରେ ବାପା,  ମା ଓ ୧୨ ବର୍ଷର ଝିଅ ଗୁରୁତର ହୋଇଥିବାବେଳେ, ଦୁର୍ଭାଗ୍ଯ ବାଶତଃ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ  ହୋଇଯାଇଥିବା ଜଣାପଡିଛି । ତେବେ ଘଟଣା ପରେ ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.