Below header

ଟିଆର୍‌ଏସ୍‌ କଲା ଘୋଷଣା, ତେଲେଙ୍ଗାନା ଦେଇପାରେ ବେକାରି ଭତ୍ତା

ହାଇଦ୍ରାବାଦ :  ଦିନେ ଦୁଇଦିନ ମଧ୍ୟରେ ତେଲେଙ୍ଗାନା ସରକାର ବେକାରି ଭତ୍ତା ଘୋଷଣା କରିପାରନ୍ତି ବୋଲି କହିଛନ୍ତି ଟିଆର୍‌ଏସ୍‌ କାର୍ଯ୍ୟକାରୀ ମୁଖ୍ୟ କେ.ଟି ରାମାରାଓ । ସରକାରରେ ଥିବା କେ. ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌ ଗତ ବିଧାନସଭା ନିର୍ବାଚନ ବେଳେ ବେକାର ଯୁବକ ଯୁବତୀଙ୍କୁ ଭତ୍ତା ଦେବେ ବୋଲି ଘୋଷଣା କରଥିଲେ ।

ତେଣୁ ପ୍ରତିଶ୍ରୁତି ସ୍ୱରୁପ ସରକାର ବେକାରି ଭତ୍ତା ଘୋଷଣା କରିପାରନ୍ତି ବୋଲି ଗୁରୁବାର କହିଛନ୍ତି କେ.ଟି ରାମାରାଓ । କିଛି ଦିନ ତଳେ ରାଜ୍ୟ ସରାକାର କର୍ମଚାରୀଙ୍କ ପେନ୍‌ସନ ଓ ଦରମା ବଢ଼ାଇଥିଲେ । ଏହାଛଡା ଆହୁରି ୫୦ ହଜାର ପଦବୀ ପୁରଣ କରାଯିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.