Below header

ଭଞ୍ଜନଗର: ଜଙ୍ଗଲରେ ଛାଡିବା ସମୟରେ ଆଖି ବୁଜିଲା ଉଦ୍ଧାର ହୋଇଥିବା କଲରାପତରିଆ ବାଘ

ଭଞ୍ଜନଗର(କେନ୍ୟୁଜ୍):  ଆଖି ବୁଜିଲା ଉଦ୍ଧାର ହୋଇଥିବା କଲରାପତରିଆ ବାଘ। ଆଜି ଗଂଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନରେ ଥିବା ନଗୁଡୁ ବଡପଥର ନିକଟରୁ ବାଘଟିକୁ ଉଦ୍ଧାର କରାଯାଇଥିଲା। ବାଘଟି ବାରହା ପାଇଁ ବିଛାଯାଇଥିବା ଫାଶରେ ଲାଗିଯାଇଥିଲା। ଏହି ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର  କରିଥିଲା।

କିନ୍ତୁ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡିବା ନେଇ ଗ୍ରାମବାସୀ ଓ ବନବିଭାଗ ମଧ୍ୟରେ ଟଣାଓଟରା ହୋଇଥିବାର ଦେଖିବାକୁ  ମିଳିଥିଲା। କିନ୍ତୁ ସନ୍ଧ୍ୟା ସମୟରେ ବାଘଟିର ମୃତ୍ୟୁ ହୋଇଛି ବୋଲି  ସୂଚନା ଦେଇଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା । ଆସନ୍ତା କାଲି ବାଘଟିର ମରଶରୀର ବ୍ୟବଛେଦ କରାଯିବା ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.