Below header

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ,ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

କେନ୍ୟୁଜ୍(ବ୍ୟୁରୋ):  ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ରାଜ୍ୟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଥିବା ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରେ ବିବାଦ ସୃଷ୍ଟି ହୋଇଥିଲା। ଦେବନାରାୟଣଙ୍କ ପତ୍ନୀ ବନଜା ମାଲକାନଗିରିର ଏସପି ଋଷିକେଶ ଖିଲାରୀଙ୍କ ସମେତ ୫ଜଣଙ୍କ ନାଁରେ ଅଭିଯୋଗ କରିଥିଲେ।

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଦେବନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ୨୭ରେ ନିଖୋଜ ହୋଇଥିଲେ। ଡିସେମ୍ବର ୨୮ରେ ସତୀଗୁଡ଼ା ଡ୍ୟାମରୁ ମୃତଦେହ ହୋଇଥିଲା ଉଦ୍ଧାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.