ବିଇଓଙ୍କ ପରେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ ତରକାରୀ ଖାଇଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ରାୟଗଡା(କେନ୍ୟୁଜ୍):   ଚର୍ଚ୍ଚାରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ରାୟଗଡ଼ା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ବେଳେ ମଧ୍ୟାହ୍ନ ଭୋଜନରେ ଚିକେନ ତରକାରୀ ଖାଇବା ନେଇ ଫଟୋ ଭାଇରାଲ । ଗତକାଲି ସେ ବିଦ୍ୟାଳୟରେ ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଖାଇଥିଲେ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ପ୍ଲେଟ ନିକଟରେ ତିନିପ୍ରକାର ଆଇଟମ ଥିଲା । ହେଲେ ତାଙ୍କ ପାଖରେ ବସି ଖାଉଥିବା ଦୁଇଜଣ ଛାତ୍ରୀଙ୍କ ଚିକେନ ତରକାରୀ ନଥିଲା । ଆଉ ଗୋଟିଏ ଲେଖାଏଁ ଆଇଟମ ରହିଥିଲା। ସେମାନେ ସାଦା ଖାଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଏବେ ଘୂରି ବୁଲିବା ସହ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଗଣ ମାଧ୍ୟମକୁ ଫୋନରେ କହିଛନ୍ତି, ରାୟଗଡ଼ା ଏକଲବ୍ୟ ଆଦର୍ଶ ସ୍କୁଲରେ ଗତକାଲି ମଧ୍ୟାହ୍ନ ଭୋଜନରେ ସେ ଚିକେନ ତରକାରୀ ଖାଇଥିଲେ । ତାଙ୍କ ପାଖରେ ବସିଥିବା ଛାତ୍ରୀମାନେ ଆଇଁଷ ଖାଉନଥିଲେ। ଏଥିପାଇଁ ସେମାନଙ୍କୁ ପନିର ତରକାରୀ ଦିଆଯାଇଥିଲା। କିନ୍ତୁ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଚିକେନ ତରକାରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.