ବଲାଙ୍ଗିରରେ ଆହାର କେନ୍ଦ୍ର ବୁଲିଲେ ଜିଲ୍ଲପାଳ ଓ ସ୍ୱାସ୍ଥ୍ୟ ସଚିବ, ଖାଦ୍ୟର ମାନ ପରଖିଲେ ଜିଲ୍ଲପାଳ ଅରିନ୍ଦମ ଡାକୁଆ

ବଲାଙ୍ଗିର(କେନ୍ୟୁଜ୍): ତୁଷୁରା ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିଲେ ଜିଲ୍ଲପାଳ ଅରିନ୍ଦମ ଡାକୁଆ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା । ଆହାର କେନ୍ଦ୍ରରେ ସେମାନେ ଲୋକଙ୍କ ସହ ବସି ଖାଇଥିଲେ । ଆଜି ସ୍ୱାସ୍ଥ୍ୟ ସଚିବ ମେହେର୍ଦ୍ଦା ଜିଲ୍ଲାର ଦେଓଗାଁ, ତୁଷୁରା ଓ ଗୁଡଭେଲା ବୁଲି ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ପ୍ରଥମେ ସାଗରପାଲି ଗାଁରେ ପହଞ୍ଚି ବିଭିନ୍ନ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ କଚ୍ଛର ପାଲିରେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ । ତୁଷୁରା ନିକଟରେ ଥିବା ସେବାଶ୍ରମ ସ୍କୁଲକୁ ବୁଲି ଦେଖିଥିଲେ। ତୁଷୁରାରେ ଥିବା ଆହାର କେନ୍ଦ୍ରରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ସଚିବ ମଧ୍ୟାହ୍ନଭୋଜନ ଖାଇଥିଲେ। ଏହାପରେ ଗୁଡ଼ଭେଲା ଅଞ୍ଚଳ ବୁଲି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ବିଭିନ୍ନ କାମର ସମୀକ୍ଷା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.