ସୂଚନା ଫଳକରେ ଭୁଲ ସଂଶୋଧନ ପରେ ବି. . .

ପିପିଲି (କେ ନ୍ୟୁଜ୍‌) : ଭୁବନେଶ୍ୱର-ପୁରୀ ରାସ୍ତାରେ ପଟନାୟିକିଆ ଛକରେ ସ୍ଥିତ ସୂଚନା ଫଳକରେ ଥିବା ତ୍ରୁଟିକୁ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ସୁଧାରି ଦେଇଛନ୍ତି । ଏଇ ଛକରୁ ଖୋର୍ଦ୍ଧାକୁ ଯିବା ଲାଗି ଓଡ଼ିଆରେ ୩୪ ଓ ଇଂରାଜୀରେ ୪୩ କିଲୋମିଟର ବୋଲି ସୂଚନା ଦିଆଯାଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ଏହାକୁ ସୁଧାରି ଦେଇଛନ୍ତି । ତେବେ ଇଂରାଜୀରେ ଖୋର୍ଦ୍ଧାରୁ ‘H’ଟି ଛାଡ଼ି ଦେଇଛନ୍ତି ।

ସୂଚନା ଥାଉକି ଏହି ଭୁଲ ତଥ୍ୟ ଯୋଗୁଁ ପୁରୀ ଏବଂ ଖୋର୍ଦ୍ଧା ଯିବାକୁ ଥିବା ଯାତ୍ରୀମାନେ ବିଭ୍ରାନ୍ତ ହେଉଥିଲେ ।

SIGN BOARD-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.