Below header

ବେଙ୍ଗାଲୁରୁରେ ରାସ୍ତାକଡ଼ରେ ଜୀବନ କାଟୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଓଡିଆ ପିଲା

ବେଙ୍ଗାଲୁରୁ (କେନ୍ୟୁଜ୍) : ଅର୍ଥାଭାବ ଯୋଗୁ ବେଙ୍ଗାଲୁରୁରେ ରାସ୍ତାକଡ଼ରେ ଜୀବନ କାଟୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକ ହେଉଛନ୍ତି କଳାହାଣ୍ଡି ଭବାନୀପାଟଣା ଥାନା ପଟପଡ଼ା ଗାଁର ରାଜେନ୍ଦ୍ର ଜାନି । ଅର୍ଥାଭାବ ଯୋଗୁ ରାଜେନ୍ଦ୍ର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲେ । ହେଲେ ଗୋଡରେ ଏକ ଘା’ ହେବାରୁ ସେ ଆଉ କାମ କରିପାରିନଥିଲେ । କମ୍ପାନୀ ତାଙ୍କୁ ବାହାର କରିଦେବାରୁ ବେଙ୍ଗାଲୁର ପଳାଇ ଆସିଥିଲେ । ହେଲେ କେହି କାମ ନଦେବାରୁ ସେ ମାଗି ଯାଚି ଜୀବନ କାଟୁଥିଲେ । କିଛି ଓଡ଼ିଆ ପିଲା ତାଙ୍କୁ ଉଦ୍ଧାର କରିବା ସହ ଓଡ଼ିଆ ସଂଗଠନର ସହଯୋଗରେ ତାଙ୍କ ଚିକିତ୍ସା କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.