Below header

ମାଙ୍କଡକୁ ବୋତଲରେ ପାଣି ପିଇବାକୁ ଦେଉଥିଲେ ସଲମାନ୍, ଆଉ ତା ପରେ ଯାହା ହେଲା ହୋଇଗଲା ଭାଇରାଲ୍

ଫିଲ୍ମ ଭାରତର ସଫଳତାକୁ ଖୁବ୍ ଉପଭୋଗ କରୁଛନ୍ତି ଭାଇଜାନ୍ । କେତେବେଳେ ଜିମ୍ ତ କେତେବେଳେ ପରିବାର ସହ ସମୟ । ସୋସିଆଲ୍ ମିଡିଆରେ ଫଟୋ ଏବଂ ଭିଡିଓ ଲଗାତାର ସେୟାର୍ କରୁଛନ୍ତି ବଲିଉଡ୍ ସୁଲତାନ୍ । ନିକଟରେ ସୁଇମିଙ୍ଗ୍ ପୁଲରେ ସଲମାନଙ୍କ ଷ୍ଟଣ୍ଟ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏବେ ପୁଣି ଭାଇଜାନଙ୍କ ଆଉ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକ ମାଙ୍କଡକୁ ପାଣି ପିଆଉଥିବାର ନଜର ଆସୁଛନ୍ତି ।

ଏହା ସହ ପଢନ୍ତୁ ଏମିତି କାମ କଲେ ଖଳନାୟକ ସଞ୍ଜୟ ଭୋଳ ଯେ ଯାତ୍ରା ପାର୍ଟି ବନ୍ଦ ହୋଇଗଲା

ଭିଡିଓରେ ଦେଖିବାକୁ ମିଳୁଛି ମାଙ୍କଡଟି କଦଳୀ ଖାଉଥିବା ସମୟରେ ଭାଇଜାନ୍ ତାକୁ ଗୋଟିଏ ବୋତଲରେ ପାଣି ଦେଉଛନ୍ତି । ଆଉ ସଲମାନ୍ ଯେତେବେଳେ ମାଙ୍କଡଟି ଆଡକୁ ବୋତଲଟି ବଢାଉଛନ୍ତି ସେ ତାକୁ ନେଉନାହିଁ । ଏହା ପରେ ସଲମାନ୍ ନିଜେ ସେଥିରୁ ପାଣି ପିଇ ତାଙ୍କୁ ପାଣି ପିଇବା ଶିଖାଉଛନ୍ତି । ତଥାପି ମାଙ୍କଡଟି ବୋତଲରୁ ପାଣି ପିଇ ନପାରିବାରୁ ତାକୁ ଗୋଟିଏ କପରେ ପାଣି ଦେଉଛନ୍ତି ଭାଇଜାନ୍ । ଆଉ ଏହା ପରେ ମାଙ୍କଡଟି ଖୁବ୍ ସହଜରେ ପାଣି ପିଇ ନେଉଛି ।

ଭିଡିଓଟି ସେୟାର୍ କରି ସଲମାନ୍ ଲେଖିଛନ୍ତି, ଆମ ବଜରଙ୍ଗୀ ଭାଇଜାନ୍ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇପାରେନି । ଆପଣ ବି ଦେଖନ୍ତୁ ଏହି ଭିଡିଓ ।

 

View this post on Instagram

 

Hamara bajrangi bhaijaan plastic ki bottle se paani nahi peeta . .

A post shared by Salman Khan (@beingsalmankhan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.