ବାହାଘର ପରେ ଆଶ୍ରମ ପିଲାଙ୍କ ସହ ସମୟ ବିତାଇଲେ ପ୍ରୀତି ରଞ୍ଜନ ଓ ଝିଲିକ୍‌, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲୁଚାଇ ଲୁଚାଇ ବଙ୍ଗୀୟ ଅଭିନେତ୍ରୀ ଝିଲିକଙ୍କ ମଥାରେ ସିନ୍ଦୂର ଭରିବା ପରେ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଏବେ ଗ୍ରାଣ୍ଡ ରିସେପସନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି । ଓଲିଉଡ୍‌ ଅଭିନେତ୍ରୀ ଏବେ ଓଡିଆ ନେତାଙ୍କ ଘରର ବୋହୂ । ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କର ବିବାହ ହୋଇଛି ।

JHILIK-2ବିବାହ ପରେ ପ୍ରଥମ ଥର ପାଇଁ ଏହି ନବ ଦମ୍ପତି ଭୁବନେଶ୍ୱର ଡୁମଡୁମାରେ ଥିବା ପ୍ରତିଭା ଆଶ୍ରମକୁ ଯାଇ ଏଠାକାର ଅନ୍ତେବାସୀଙ୍କ ସହ କିଛି ସମୟ ବିତାଇଛନ୍ତି । ଏଠାରେ ରହୁଥିବା ପିଲାମାନଙ୍କୁ ମିଠା ବାଣ୍ଟିବା ସହିତ ଅର୍ଥ ରାଶି ଦାନ କରିଥିଲେ । ପିଲାମାନେ ଏହି ନବବିବହିତଙ୍କ ପାଇଁ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ସହିତ ଝିଲକ ମଧ୍ୟ ନାଚିଥିଲେ । ବାହାଘର ପରେ ପିଲା ମାନଙ୍କ ସହିତ ସମୟ ବିତାଇ ବହୁତ ଖୁସି ଅଛନ୍ତି ବୋଲି ପ୍ରୀତି ରଞ୍ଜନ କହିଛନ୍ତି ।

ଦେଖନ୍ତୁ ସେମାନଙ୍କ ସହ ସାକ୍ଷାତକାର..

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.