Below header

କରୋନା ଭାଇରସ ପାଇଁ ରାଜଧାନୀରେ ବନ୍ଦ ହେଲା ସମସ୍ତ ସ୍କୁଲ କଲେଜ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲ କଲେଜ ଗୁଡିକୁ ଜରୁରୀକାଳୀନ ଭାବେ ବନ୍ଦ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଦିଲ୍ଲୀର ସିନେମା ହଲ ଗୁଡିକ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହିତ ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟ ଓ ସପିଙ୍ଗ ମଲ ସହିତ ସମସ୍ତ ସାର୍ବଜନିକ ସ୍ଥାନକୁ ମଧ୍ୟ ବନ୍ଦ କରିଦିଆଯିବ ।

कोरोनावायरस: दिल्ली स्कूल, कॉलेज 31 मार्च तक बंद रहते हैं

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ନୂଆ ରିପୋର୍ଟ ଅନୁଯାୟୀ ବିଦେଶୀ ନାଗରିକଙ୍କ ସହିତ ଦେଶରେ ୧୩୧ଟି ନୂଆ ମାମଲା ଚିହ୍ନଟ କରାଯାଇଛି । କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢି ୭୩ ଛୁଇଁଛି । ଦିଲ୍ଲୀରେ ମଧ୍ୟ ଛଅ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ କରୋନା ଭାଇରସର ପ୍ରକୋପ ସର୍ବପ୍ରଥମେ ଚୀନର ବୁହାନ ସହରରେ ଗତବର୍ଷ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହି ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଦେଶକୁ ନିଜର କାୟା ବିସ୍ତାର କରିସାରିଛି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାକୁ ବିଶ୍ଵ ମହାମାରୀ ବୋଲି ଘୋଷଣା ମଧ୍ୟ କରାଯାଇଛି ।

ତେବେ ଏହି ଭାଇରସ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧,୧୭, ୩୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪୨୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.