ସେୟାର ମାର୍କେଟରେ ସବୁଠୁ ବଡ଼ ହ୍ରାସ, ନିବେଶକଙ୍କ ୧୧ ଲକ୍ଷ କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବରେ ଗୁରୁବାର ସେୟାର ମାର୍କେଟରେ ସବୁଠୁ ବଡ଼ ଏତିହାସିକ ହ୍ରାସ ଘଟିଛି । କେବଳ ଭାରତ ନୁହେଁ ଦୁନିଆର ସବୁ ବଜାରର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚି।

ସାରା ଦିନର କାରବାର ପରେ ବମ୍ବେ ଷ୍ଟକ୍‌ ଏକ୍ସେଞ୍ଜର ମୁଖ୍ୟ ଇଣ୍ଡେକ୍ସ ସେନ୍ସେକ୍ସ ୨,୯୧୯.୨୬ ବା ୮.୧୮ ପ୍ରତିଶତ  ଭିଷଣ ଭାବେ ଖସି ୩୨,୭୭୮.୧୪ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ୍‌ ଷ୍ଟକ୍‌ ଏକ୍ସେଞ୍ଜର ନିଫ୍ଟ ୮୨୫.୩୦ ଅର୍ଥାତ୍‌ ୭.୮୯ ପ୍ରତିଶତ ଖସିବା ପରେ ୯,୬୩୩.୧୦ରେ ଅଟକିଥିଲା । ଫଳରେ ନିବେଶକଙ୍କ ୧୧.୪୨ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଛି ।

ସାତ ଦିନରେ ୧୫ ପ୍ରତିଶତ ସେନ୍ସେକ୍ସ ଖସିଛି
ପ୍ରତିଶତ ହିସାବରେ ୨୦୦୮ ପରେ ପ୍ରଥମ ଥର ପାଇଁ କାରବାରରେ ଏଭଳି ହ୍ରାସ ଘଟିଛି । ପିଛିଲା ସାତ ଦିନ ଭିତରେ ସେନ୍ସେକ୍ସ ୧୫ ପ୍ରତିଶତ ତଳକୁ ଖସିଛି । ୨୦୧୭ ପରେ ପ୍ରଥମ ଥର ପାଇଁ ନିଫ୍ଟ ୯,୬୦୦ରୁ ତଳକୁ ଖସିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.