+୨ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରିର ସୁବର୍ଣ୍ଣ ସୁଯୋଗ, AIIMSରେ ଖାଲି ପଡ଼ିଛି ଏକାଧିକ ପଦବୀ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏମ୍‌ସରେ ବିଭିନ୍ନ ପଦ ପାଇଁ ସରକାରୀ ଚାକିରିର ଅଧିସୂଚନା ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ପଦ ଜୁନିୟର ଇଞ୍ଜିନିୟର ପଦରୁ ଆରମ୍ଭ କରି ଷ୍ଟେନୋ ସମେତ ଅନେକ ପଦ ପାଇଁ ରହିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହେଇସାରିଲାଣି। ଏହି ପଦ ପାଇଁ ଆପଣ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

job

ଶିକ୍ଷାଗତ ଯୋଗ୍ୟତା:

ପୋଷ୍ଟ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି।

ବୟସ ସୀମା:

ଆଶାୟୀ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ- ୧୨ ଫେବ୍ରୁଆରୀ, ୨୦୨୦
ଶେଷ ତାରିଖ- ୧୨ ମାର୍ଚ୍ଚ, ୨୦୨୦
ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ- ୧୨ ମାର୍ଚ୍ଚ, ୨୦୨୦

job2

ଆବେଦନ ଶୁଳ୍କ:

ସାଧାରଣ ଓ ଓବିସି ବର୍ଗ- ୧୫୦୦ ଟଙ୍କା
ଏସ୍‌ସି/ଏସ୍‌ଟି/ଇଡବ୍ଲ୍ୟୁଏସ୍‌- ୧୨୦୦ ଟଙ୍କା
ଦିବ୍ୟାଙ୍ଗ- କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀ ଏମ୍‌ସର ଅଫିସିଆଲ ୱେବସାଇଟ୍‌ https://www.aiimsexams.org/ କୁ ଯାଇ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଆଶାୟୀଙ୍କ ଚୟନ କମ୍ପ୍ୟୁଟର ଟେଷ୍ଟ(CBT) ଓ ସାକ୍ଷାତକାର ଆଧାରରେ ହେବ।

ଚାକିରି ସ୍ଥାନ:

ଦିଲ୍ଲୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.