ଶାହରୁଖଙ୍କ କ୍ୟାରିୟରକୁ ନେଇ ଫରହା ଖାନଙ୍କୁ ଦୋଷଦେଲେ ଏହି ବଲିଉଡ ଅଭିନେତା, ନିଜ ଟ୍ୱିଟରେ ଲେଖିଲେ ଏପରି

ବଲିଉଡର ବାଦଶାହା ଶାହରୁଖ ଖାନ ଆଜିକାଲି ଫିଲ୍ମ ଜଗତରୁ ଟିକେ ଦୁରେଇ ରହିଛନ୍ତି ସତ କିନ୍ତୁ ଚର୍ଚ୍ଚା ଚାଲିଛି ଯେ ସେ ଅତିଶୀଘ୍ର କୌଣସି ଫିଲ୍ମ ସାଇନ କରିବାକୁ ଯାଉଛନ୍ତି । ତେବେ ନିକଟରେ ଶାହରୁଖ ଖାନଙ୍କୁ ନେଇ ଆକ୍ଟର/ ପ୍ରଡ୍ୟୁସର କମଲ ଆର ଖାନ ଏକ ଟ୍ୱିଟ କରିଛନ୍ତି ଯାହାକି ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେ ନିଜର ଟ୍ୱିଟରେ ଶାହରୁଖ ଖାନଙ୍କ କ୍ୟାରିୟର ଫରହା ଖାନ ବରବାଦ କରିଛନ୍ତି ବୋଲି କହିଛନ୍ତି । ତେବେ କମଲ ଖାନଙ୍କ ଏହି ଟ୍ୱିଟ ଏବେ ଭାଇରଲ ହେବାରେ ଲାଗିଛି ଏବଂ ୟୁଜର୍ସ ମାନେ ଏହି ଟ୍ୱିଟରେ ଅନେକ ପ୍ରକାର ରିଆକ୍ସନ ଦେଉଥିବା ଦେଖିବାକୁ ମିଳିଛି ।

କମଲ ଆର ଖାନ ଲେଖିଛନ୍ତି “ଆତ୍ମଘୋଷିତ ନିର୍ଦ୍ଦେଶକ ଫରହା ଖାନ ଶାହରୁଖ ଖାନଙ୍କ କ୍ୟାରିୟର ବର୍ବାଦ କରିଦେଇଛନ୍ତି । ସେ ନିଜର ସବୁଠାରୁ ଖରାପ ଫିଲ୍ମ “ହାପି ନ୍ୟୁ ଇୟର” ଦ୍ୱାରା ତାଙ୍କ କ୍ୟାରିୟର ଖରାପ କରିଛନ୍ତି ।” ତେବେ ଦୁର୍ଭାଗ୍ୟବଶତଃ ଶାହରୁଖ ଖାନ ଏହାପରେ ଦିଲୱାଲେ, ଫ୍ୟାନ, ରଇସ, ଜିରୋ ଭଳି ଖରାପ ଫିଲ୍ମ କରିଆସୁଛନ୍ତି । କମଲ ଆର ଖାନ ଏହିଭଳି ଭାବେ ନିଜ ଟ୍ୱିଟରେ ଶାହରୁଖ ଖାନଙ୍କୁ ନେଇ ଫରହା ଖାନଙ୍କୁ ସିଧାସଳଖ ଆକ୍ଷେପ କରିଛନ୍ତି ।

Image result for king khan

ସୂଚନା ଅନୁଯାୟୀ କମଲ ଆର ଖାନ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଚଳଚ୍ଚିତ୍ର “ଦେଶଦ୍ରୋହୀ” ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା କମଲ ଆର ଖାନ ଟିଭି ରିୟାଲିଟି ଶୋ ‘ବିଗବସ 3’ରେ ବହୁତ ଚର୍ଚ୍ଚାରେ ରହିଥିଲେ । ଏହାସହିତ ସେ ଅନେକ ସମୟରେ ବଲିଉଡ ସହ ଜଡିତ ସର୍ଭେ ଏବଂ ତାର ରିଭିୟୁ ମଧ୍ୟ କରିଥାନ୍ତି । ତେବେ ଖାସ କଥା ହେଉଛି କମଲ ଆର ଖାନଙ୍କ ଟ୍ୱିଟ ଖୁବ ଭାଇରଲ ମଧ୍ୟ ହୋଇଥାଏ ।

You might also like