ଦିନକ ପରେ ନୂଆବର୍ଷ , ୨୦୧୮କୁ ବିଦାୟ ଓ ୨୦୧୯କୁ ସ୍ୱାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ୍) : ଦିନକ ପରେ ନୂଆବର୍ଷ। ୨୦୧୮କୁ ବିଦାୟ ଓ ୨୦୧୯କୁ ସ୍ୱାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ହୋଟେଲ ଓ କ୍ଲବରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଷ୍ଟାର ନାଇଟ୍‌ ସାଙ୍ଗକୁ ମେନ୍ୟୁରେ ରଖାଯାଇଛି ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ। ଚିକ୍‌ମିକ୍‌ ଆଲୁଅରେ ସଜେଇହେଲାଣି ହୋଟେଲ। ପୁରୀରେ ବିଭିନ୍ନ ତାରକା ହୋଟେଲ ଗୁଡିକରେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ସହ ପର‌୍ୟ୍ୟଟନ ବିଭାଗ,ହୋଟେଲ ଆସୋସିଏସନ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଜିରୋ ନାଇଟ୍‌ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।