Below header

ପଥୋତ୍ସବ ପରେ ପାର୍କ ଉତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା

ଭୁବନେଶ୍ଵର(କେନ୍ୟୁଜ) : ପଥୋତ୍ସବ ପରେ ପାର୍କ ଉତ୍ସବର ମଜା ନେଉଛନ୍ତି ରାଜଧାନୀବାସିନ୍ଦା। ରାଜଧାନୀବାସୀଙ୍କୁ ପାର୍କ ମନସ୍କ କରିବା ପାଇଁ ବିଡିଏ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୭ଟି ରବିବାର ୭ଟି ପାର୍କରେ ଏହି ପାର୍କ ଉତ୍ସବର ଆୟୋଜନ କରାଯାଉଛି। ଫେବୃୟାରୀ ୨ ତାରିଖରୁ ଆରମ୍ଭ ହୋଇଛି ଏହି ଉତ୍ସବ। ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏହି ପାର୍କ ଉତ୍ସବ ଚାଲିବ । ଆଜି ଇନ୍ଦିରାଗାନ୍ଧୀ ପାର୍କରେ ଏହି ଉତ୍ସବ କରାଯାଇଛି । ଉତ୍ସବରେ ପାର୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ସହ ଟ୍ରାଫିକ୍‌ ସଚେତନତା, ରାଜଧାନୀକୁ ସ୍ୱଚ୍ଛ ସହର କରିବା ଏବଂ ସାଇକେଲ ଚଲାଇବା ନେଇ ସଚେତନତା ସୃଷ୍ଟି କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.