Below header

ଜାଲ୍‌ ସାର୍ଟିଫିକେଟ୍‌ ର‍୍ୟାକେଟର ପର୍ଦ୍ଦାଫାସ, ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ: ଜାଲ୍‌ ସାର୍ଟିଫିକେଟ୍‌ ର‍୍ୟାକେଟର ପର୍ଦ୍ଦାଫାସ । ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ଜାଲ୍‌ ସାର୍ଟିଫିକେଟ ଦାଖଲ କରି ଚାକିରି କରିଥିବା ଦୁଇ ଜଣ ଶିକ୍ଷକ । ଏମାନଙ୍କ ସହ ନକଲି ସାର୍ଟିଫିକେଟ୍‌ ତିଆରି ର‍୍ୟାକେଟ୍‌ର ମାଷ୍ଟରମାଇଣ୍ଡ ସହ ଦୁଇ ଜଣ ସହଯୋଗୀଙ୍କୁ ବି ପୋଲିସ ବାନ୍ଧିଛି । ସେମାନଙ୍କଠାରୁ ପ୍ରାୟ ୫ଶହରୁ ଅଧିକ ଷ୍ଟାମ୍ପ, କମ୍ପୁଟର, ଜାଲ୍‌ ବିଇଡି ସାର୍ଟିଫିକେଟ୍‌ ଓନଗଦ ୨୬ ହଜାର ଟଙ୍କା । ଏହି ର‍୍ୟାକେଟ୍‌ ଗଞ୍ଜାମ ଜିଲ୍ଲାର ବହୁ କଲେଜ, ଓ ସରକାରୀ ଦପ୍ତରର ସିଲ୍‌ ଓ ସାର୍ଟିଫିକେଟ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.