ଆମେରିକା-ତାଲିବାନ ଶାନ୍ତି ଚୁକ୍ତି, ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ନିଜର ସୈନ୍ୟ ଅପସାରଣ କରିବ ଆମେରିକା

୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ନିଜର ସୈନ୍ୟ ଅପସାରଣ କରିବ ଆମେରିକା । ଏ ନେଇ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପଥମ ପର୍ଯ୍ୟାୟରେ ୧୩୫ ଦିନ ମଧ୍ୟରେ ଆମେରିକା ଓ ତାର ସହଯୋଗୀ ଦେଶ ୬ ହଜାର ୮ ଶହ ସୈନ୍ୟ ହଟାଇବ । ତେବେ ସୈନ୍ୟ ଅପସାରଣ ତାଲିବାନର ଆଚରଣ ଉପରେ ନିର୍ଭର କରିବ । ଶାକ୍ତି ରକ୍ଷା ପାଇଁ ତାଲିବାନ ଦେଇଥିବା ପ୍ରତିଶୃତି ପୂରଣ ନ କଲେ ସୈନ୍ୟ ଅପସାରଣ ନେଇ ପୁର୍ନବିଚାର କରାଯିବ । ଚୁକ୍ତି ଅନୁସାରେ ଆମେରିକା ଦ୍ୱାରା ବନ୍ଦୀ କରିଥିବା ପ୍ରାୟ ୫ ହଜର ଲୋକଙ୍କୁ ମୁକ୍ତି କରାଯିବ ବୋଲି ତାଲିବାନର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଦୋହାରେ ହୋଇଥିବା ଶାନ୍ତି ଚୁକ୍ତି ବେଳେ ୩୦ଟି ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ବିଦେଶ ମନ୍ତ୍ରୀ ଓ ପ୍ରତିିନିଧି ସାକ୍ଷୀ ଭାବେ ରହିଥିଲେ । ୧୧ ସେପ୍ଟେମ୍ବର ୨୦୦୧ ମସିହାରୁ ୧୯ ବର୍ଷ ହେଲା ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.