Below header

ବଢିବ ରାତି ତାପମାତ୍ରା, ସପ୍ତାହକ ପରେ ଜଳିବ ଓଡ଼ିଶା

ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଚଳିତ ବର୍ଷ ରାଜ୍ୟର ପ୍ରାୟ ସମସ୍ତ ସହରରେ ୪୪ ଡିଗ୍ରୀ ପାର କରିବ ତାପମାତ୍ରା। ଭୁବନେଶ୍ବରରେ ଅସହ୍ୟ ହେବ ତାତି ।

ଭୁବନେଶ୍ୱର (କେନ୍ୟୁଜ) : ବଢିବ ରାତି ତାପମାତ୍ରା। ସପ୍ତାହକ ପରେ ଜଳିବ ଓଡ଼ିଶା। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଚଳିତ ବର୍ଷ ରାଜ୍ୟର ପ୍ରାୟ ସମସ୍ତ ସହରରେ ୪୪ ଡିଗ୍ରୀ ପାର କରିବ ତାପମାତ୍ରା। ଭୁବନେଶ୍ବରରେ ଅସହ୍ୟ ହେବ ତାତି । ରାତି ପାରଦ ଉପରମୁହାଁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।

ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଉତ୍ତର ଆଭ୍ୟନ୍ତୀରଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ଘଣ୍ଟା ପରେ ବର୍ଷା କମିବ ଏବଂ ୨ ଦିନ ପାଗ ଶୁଖିଲା ରହିବ। ପରେ ପୁଣି ୧୫ ଓ ୧୬ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.