ରାଶିଫଳ : ପିଲାମାନେ ଆଜି ଭବିଷ୍ୟତକୁ ନେଇ ଖୁସି ଖବର ପାଇପାରନ୍ତି

ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଏପରି କିଛି କାମ କରନ୍ତୁ ନାହିଁ, ଯାହାକୁ ପୂରା କରିପାରିବେ ନାହିଁ । ଆଜି ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ।

ମେଷ: ଆଜି ମନରେ ନୂଆ ନୂଆ ବିଚାର ଆସିବ। କିଛି ନୂଆ କାମ ପାଇଁ ଯୋଜନା କରିବେ। କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ। ଯାହା ଦ୍ୱାରା ଭବିଷ୍ୟତରେ ଲାଭ ହେବ। ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଝଗଡା ହୋଇପାରେ। ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ । କୌଣସି କାମ କରୁଥିବା ସମୟରେ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ।

ବୃଷ: ଆଜିର ଦିନଟି ଭଲ କଟିବ । ବେପାରୀମାନେ ବେପାର ବଢାଇବା ପାଇଁ ନୂଆ ରାସ୍ତା ଦେଖିବେ । ପାରିବାରିକ ସମ୍ପର୍କ ଭଲ ରହିବ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । ଅଟକିଥିବା କାମ ପୂରା ହେବ । ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଲାଭଦାୟକ ହେବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ । ଆଜି ଲଭ୍‌ ମେଟଙ୍କ ସମ୍ପର୍କ ବହୁତ ଭଲ ରହିବ ।

ମିଥୁନ: ଆଜି ଦିନଟି ଉତ୍ତମ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁନର୍ବାର ଭାବିବା ଉଚିତ୍‌ ହେବ । କୌଣସି ପୁରୁଣା ଲୋନ୍‌ ଇ.ଏମ.ଆଇରୁ ଆରାମ ମିଳିବ । ଅଫିସ୍‌ର ବରିଷ୍ଠ କର୍ମଚାରୀମାନେ କାମରେ ଖୁସି ହେବେ । ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଲଭ୍‌ ମେଟଙ୍କ ପାଇଁ ଦିନଟି ଭଲ ରହିବ ।

କର୍କଟ: ଆଜି ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି, ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । ନିଜ କାମରେ ଖୁସି ରହିବେ । ଲୋକମାନେ କାମର ପ୍ରଶଂସା କରିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି ।

ସିଂହ: ଆଜି ପୂଜା କାର୍ଯ୍ୟରେ ଧ୍ୟାନ ଦେବେ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଓକିଲମାନଙ୍କ ପାଇଁ ଦିନଟି ଭଲ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ। ଲଭ୍‌ମେଟଙ୍କ ସହ ବାହାରକୁ ଯାଇପାରନ୍ତି ।

କନ୍ୟା: ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଏପରି କିଛି କାମ କରନ୍ତୁ ନାହିଁ, ଯାହାକୁ ପୂରା କରିପାରିବେ ନାହିଁ । ଆଜି ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ। ଲଭ୍‌ମେଟଙ୍କ ସହ ବାହାରକୁ ଯାଇ ପାରନ୍ତି । ସାଙ୍ଗଙ୍କ ସହ ଦିନଟି ଭଲ ରହିବ ।

ତୁଳା: ଆଜି ଘରକୁ ସଜାଇବା ପାଇଁ ଯୋଜନା କରିବେ । ଗାଡି ମଧ୍ୟ କିଣିବା ପାଇଁ ମନ କରିବେ । ଆଜି ପରିବାର ସହ ସମୟ କାଟିବେ । ଛାତ୍ରଛାତ୍ରୀ ଗୁରୁଙ୍କଠାରୁ ଉପଦେଶ ନେବେ । କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ । ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି ।

ବିଛା: ଦିନଟି ଠିକ୍‌ ଠାକ୍‌ ରହିବ । ନିଜ ଉପରେ ଭରସା ରଖିଲେ ଭବିଷ୍ୟତ ମଧ୍ୟ ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଲଭ୍‌ମେଟ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ, ଯାହା ଦ୍ୱାରା ସମ୍ପର୍କ ସଦୃଢ ହେବ । ଅଫିସ୍‌ କାମରେ ବିଳମ୍ବ ହେବ ।

ଧନୁ: ଭାଗ୍ୟ ଆପଣଙ୍କ ସହିତ ରହିବ । ଅଫିସ୍‌ରେ କାମକୁ ନେଇ ଗୁରୁତ୍ୱ ବଢିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି ।

ମକର: ଆଜି ଦିନଟି ସାମାନ୍ୟ ରହିବ । କୋର୍ଟ କଚେରୀ କାମରେ ସଫଳତା ମିଳିବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ।

କୁମ୍ଭ: ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମୀନ: ଆଜି ଦିନ ସୁଖରେ କଟିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଚାକିରିରେ ପଦୋନ୍ନତି ମିଳିବ । ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.