କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ? ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା !

ପାକିସ୍ତାନରେ କିଏ କରିବ ସରକାର । ନିର୍ବାଚନର ୩ ଦିନ ପରେ ସରିଛି ଭୋଟ ଗଣତି। ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା। କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ? ବିନା ବ୍ୟାଟରେ ଖେଳିଥିବା ଇମ୍ରନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଆଗରେ।

ନୂଆଦିଲ୍ଲୀ : ପାକିସ୍ତାନରେ କିଏ କରିବ ସରକାର । ନିର୍ବାଚନର ୩ ଦିନ ପରେ ସରିଛି ଭୋଟ ଗଣତି। ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା। କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ? ବିନା ବ୍ୟାଟରେ ଖେଳିଥିବା ଇମ୍ରନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଆଗରେ। ୧୦୧ ଆସନରେ ବିଜୟୀ ହୋଇଛନ୍ତି ପିଟିଆଇ ସମର୍ଥିତ ପ୍ରାର୍ଥୀ। କିନ୍ତୁ ଏମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବାରୁ ଆଇନ ଅନୁସାରେ ସରକାର ଗଢ଼ିବାକୁ ଦାବି କରିପାରିବେ ନାହିଁ। ନୱାଜ ସରିଫଙ୍କ PML-Nକୁ ୭୫ସିଟ୍ ମିଳିଥିବା ବେଳେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ PPPକୁ ୫୪ ସିଟ୍ ମିଳିଛି। ୨୬୫ ସିଟରେ ଭୋଟିଂ ହୋଇଥିଲା।

ସରକାର ଗଠନ ପାଇଁ ୧୩୩ ସିଟ୍ ଆବଶ୍ୟକ। ନୱାଜଙ୍କ PML-N ଏକକ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ସରକାର ଗଠନ କରିବାକୁ ଅନ୍ୟ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି ନୱାଜ ଶରିଫ। ନୱାଜଙ୍କୁ ସେନା ସମର୍ଥନ ମିଳିବ। ତେବେ ପିଟିଆଇ ସମର୍ଥିତ ପ୍ରାର୍ଥୀ ସବୁଠୁ ଅଧିକ ସିଟ୍ ଜିତି ଥିବାରୁ ଜେଲ ଭିତରୁ ସରକାର ଗଠନ ନିଷ୍ପତ୍ତି ନେଇ ପାରନ୍ତି ଇମ୍ରାନ ଖାନ୍। ଇମ୍ରାନଙ୍କ ଓକିଲ ଗୋହର ଅଲି ଖାନ କହିଛନ୍ତି ଜନାଦେଶକୁ ସମ୍ମାନ ଜଣାଇ ତାଙ୍କ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ। ଶନିବାର ପାକିସ୍ତାନର ସେନା ମୁଖ୍ୟ ଜେନରାଲ ଅସୀମ ମୁନିର ନୱାଜ ସରିଫଙ୍କ ମେଣ୍ଟ ସରକାର ଗଠନକୁ ସମର୍ଥନ ଜଣାଇଛନ୍ତି । ସେନା ସମର୍ଥନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦଳ PML-Nଙ୍କ ମେଣ୍ଟ ସରକାର ଗଠନ ସଫଳ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.