ପୁଣି ଅଶାନ୍ତ ବ୍ରହ୍ମଗିିରି: ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼

ବ୍ରହ୍ମଗିିରି(କେନ୍ୟୁଜ୍):   ବ୍ରହ୍ମଗିିରିରେ ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ । ନିର୍ବାଚନ ପୂର୍ବରୁ ଗତ ୧୦ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଷର୍ଷ ଘଟିଥିଲା । ଏହି ଘଟଣାରେ ପୋଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୩ ତାରିଖରେ କୋର୍ଟରୁ ଖଲାସ ହୋଇ ଆସିବା ପରେ ଗତକାଲି ଉଭୟଙ୍କ ମଧ୍ୟରେ ପୂର୍ବ ବିବାଦ ଘନେଇଥିଲା ।

ଗତକାଲି ଉଭୟ ପଟ ୩୦ରୁ ଉର୍ଦ୍ଧ୍ୱ ବୋମା ମାଡ଼ ହୋଇଥିଲା । ଏପରିକି ପୋଲିସ ପହଞ୍ଚିବା ପରେ ପୋଲିସକୁ ଅଟକାଇ ବୋମା ମାଡ଼ କରିଥିବା ପୁରୀ ଅତିିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର କହିଛନ୍ତି । ପୋଲିସ ରାତି ଅଧରେ ଗାଁରେ ଚଢ଼ାଉ କରି ୧୯ ଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍‌ ପଠାଇଥିବା ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.