Below header

ପୂରା ପେସାଦାର ବୋଲର୍‌ ଭଳି ନେଟ୍‌ସରେ କାହାକୁ ବୋଲିଂ କରୁଛନ୍ତି ଅନୁଷ୍କା, ଦେଖନ୍ତୁ ଭିଡିଓ

ଭାରତୀୟ ଟିମର ପୂର୍ଵ କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ନେଟ ପ୍ରାକ୍ଟିସ କରୁଛନ୍ତି | ଅର୍ଥାତ ଦ୍ରୁତ ବୋଲିଂ ପ୍ରକଟିସ କରୁଛନ୍ତି | ଖାଲି ସେତିକ ନୁହେ ପ୍ରାକଟିସ କରୁଥିବାର ଫଟୋ ମଧ୍ୟ ସୋସିଆଲ ମେଡିଆରେ ଛାଡିବାକୁ ଭୁଲୁନାହାନ୍ତି | ଫଟୋରେ ଅନୁଷ୍କା ହାତରେ ବଲ ନେଇ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି | ତେବେ ସେ ସ୍ୱାମୀ ବିରାଟ କୋହଲିଙ୍କୁ ବୋଲିଂ କରୁ ନାହାନ୍ତି ମ ? କାହିଁକି ନା ପତି ବିରାଟ ଖେଳ ଛାଡି ଛୁଟିରେ ଅଛନ୍ତି | ବିସିସିଆଇ ତାଙ୍କୁ ୧୦ ଦିନ ପାଇଁ ବିଶ୍ରାମ ଦେଇଛନ୍ତି |

ବାସ୍ତବ କଥା ହେଉଛି ଅନୁଷ୍କା ନିଜର ଆଗାମୀ ଫିଲ୍ମ “ଚକଦା ଏକ୍ସପ୍ରେସ ” ପାଇଁ ଅଭ୍ୟାସ କରୁଛନ୍ତି | ଏହି ଫିଲ୍ମ ଭାରତୀୟ ଜଣାଶୁଣା ମହିଳା କ୍ରିକେଟ୍ରର ଝୁଲନ ଗୋସ୍ୱାମୀଙ୍କ ଉପରେ ଆଧାରିତ | ଝୁଲଣ ତାଙ୍କ କ୍ୟାରିଅର ରେ ବହୁତ କିଛି ସମ୍ମାନର ଅଧିକାର ହୋଇଛନ୍ତି, ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି |

ଭାରତୀୟ ମହିଳା କ୍ରିକେଟ୍ କୁ ସମ୍ମାନଜନକ ସ୍ଥାନରେ ପହଂଚାଇବା ରେ ତାଙ୍କ ଯୋଗଦାନ ଅତୁଳନୀୟ |
“ଚକଦା ଏକ୍ସପ୍ରେସ ” ଫିଲ୍ମ ନେଟଫ୍ଲିକ୍ସ ରେ ରିଲିଜ କରାଯିବ | ସେଥିପାଇଁ ଅନୁଷ୍କା ପ୍ରାୟ ୧ ମାସ ଇଂଲଣ୍ଡ ରେ ରହି ସୁଟିଂ କରିବେ | କ୍ଲିନ ସ୍ଲଟ ପ୍ରଡକ୍ସନ ହାଉସ ଏହି ଫିଲ୍ମକୁ ନିର୍ମାଣ କରୁଛି |

jhulan
photo credit: amarujala.com

ଭାରତରେ ଏହା ପୂର୍ବରୁ ଖେଳାଳିଙ୍କ ଉପରେ ଅନେକ ଫିଲ୍ମ ହୋଇଛି | ଯେପରି ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ବକ୍ସର ମେରିକମ, ଏଥଲେଟ ମୀଲଖା ସିଂ ଙ୍କ ଉପରେ ମଧ୍ୟ ଫିଲ୍ମ ହୋଇଛି |

ନିକଟରେ ୧୯୮୩ ବିଶ୍ୱ କପ ଜିତିଥିବା ଟିମ ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହୋଇଛି | ଏହି ଫିଲ ରେ ରଣବୀର ସିଂ, ଦୀପିକା ପାଦୁକନ ଙ୍କ ସହ ବହୁ ବଡ ଷ୍ଟାର କାମ କରିଛନ୍ତି |

ଅନୁଷ୍କା ପୂର୍ବରୁ ମଧ୍ୟ ଏହି ଫିଲ୍ମ ସହ ଜଡିତ ଅନେକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି | ଝୁଲନ ଗୋସ୍ୱାମୀ ଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅନେକଙ୍କ ଜୀବନୀ ଉପରେ କୁହାଯାଇଛି | ଝୁଲନ ଗୋସ୍ୱାମୀ ଦିନିକିଆ କ୍ରିକେଟ ରେ ସର୍ବାଧିକ ୨୪୦ ୱେକେଟ ନେଇଛନ୍ତି | ଚଳିତ ବିଶ୍ୱକପ ରେ ସେ ୨୫୦ ୱେକେଟ ରେ ପହଂଚି ପାରନ୍ତି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.