ଜାତୀୟ ଗଣମାଧ୍ୟମରେ ନବୀନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ନବୀନ କେନ୍ଦ୍ରରେ ମୋଦି ସରକାରଙ୍କ ବୈଦେଶିକ ନୀତି ଏବଂ ଦୁର୍ନୀତି ରୋକିବାରେ ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୦ରୁ ୮ ପଏଣ୍ଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ତାରିଫ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଦୁର୍ନୀତି କମିଛି ।

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ବଡ଼ ଆଲୋଚନା ହେଉଛି । ଗତକାଲି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏମିତି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର । ନବୀନ କେନ୍ଦ୍ରରେ ମୋଦି ସରକାରଙ୍କ ବୈଦେଶିକ ନୀତି ଏବଂ ଦୁର୍ନୀତି ରୋକିବାରେ ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୦ରୁ ୮ ପଏଣ୍ଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ତାରିଫ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଦୁର୍ନୀତି କମିଛି ।

ମୋଦି ଦେଶବାସୀଙ୍କ ସେବା କରିବାକୁ ଯଥାସମ୍ଭବ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ସମର୍ଥନ ଦେଇଛି ବିଜେଡି । ଓଡ଼ିଶାର ବିକାଶରେ କେନ୍ଦ୍ର ସହ ସମନ୍ବୟରେ ରାଜ୍ୟ ସରକାର କାମ କରୁଛନ୍ତି । ଜଣେ ଅଣ ଏନଡିଏ ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ମନ୍ତବ୍ୟକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋର ଚର୍ଚ୍ଚା ଧରିଛି । ଏଥିସହ ଓଡ଼ିଶା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ନିଜ ଲୋକପ୍ରିୟତାର ରାଜ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିତିଲେ, ରାଜନୀତିକୁ ଆସିବା ପରଠୁ ଦୁର୍ନୀତି ହଟାଇବା ମୂଳ ଲକ୍ଷ୍ୟ ରହି ଆସିଛି । ସେ ସରକାରକୁ ଆସିବା ପରେ ଦାରିଦ୍ର୍ୟ ଦୂରୀକରଣ, ଦୁର୍ନୀତି ନିବାରଣ , ବିପର୍ଯ୍ୟୟ ମୁକାବିଲା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.