Below header

ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ନିର୍ଧୁମ ପିଟିଲେ, କେସ୍ କଲେ ମାରିଦେବାକୁ ଧମକ ବି ଦେଲେ

ଗାଁ ଦାଣ୍ଡରେ ମାଡ ସରପଞ୍ଚଙ୍କୁ ମାଡ । ଗୋଡେଇ ତୋଡେଇ ପିଟିଲେ କିଛି ବ୍ୟକ୍ତି । ସେମାନଙ୍କ ଭିତରୁ ଜଣେ ନିଜ ମୋବାଇଲରେ କଏଦ କଲେ ସବୁ ଦୃଶ୍ୟ । ଏପଟେ ପାଖରେ ଠିଆ ହୋଇ ଦେଖଣାହାରୀ ସାଜିଥିଲେ ଅନେକ ଗ୍ରାମବାସୀ ।

ଯାଜପୁର ଟାଉନ(କେନ୍ୟୁଜ୍): ଗାଁ ଦାଣ୍ଡରେ ମାଡ ସରପଞ୍ଚଙ୍କୁ ମାଡ । ଗୋଡେଇ ତୋଡେଇ ପିଟିଲେ କିଛି ବ୍ୟକ୍ତି । ସେମାନଙ୍କ ଭିତରୁ ଜଣେ ନିଜ ମୋବାଇଲରେ କଏଦ କଲେ ସବୁ ଦୃଶ୍ୟ । ଏପଟେ ପାଖରେ ଠିଆ ହୋଇ ଦେଖଣାହାରୀ ସାଜିଥିଲେ ଅନେକ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ଗ୍ରାମର ସ୍ୱାଇଁସାହି ଛକ ନିକଟରେ।

ସୂଚନା ମୁତାବକ, ମାଡ ଖାଇଥିବା ବ୍ୟକ୍ତି ଜଣଙ୍କ ହେଲେ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ ପ୍ରସାଦ ମିଶ୍ର। ସେ କନ୍ତିଆ ଗ୍ରାମ ସ୍ୱାଇଁସାହି ଛକ ନିକଟରେ ନିଜ ଗାଡି ଉପରେ ବସିଥିବା ସମୟରେ କିଛି ବ୍ୟକ୍ତି ଆସି ପ୍ରଥମେ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହା ପରେ ଆଖିପଛୁଳକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଚାପୁଡା, ବିଧା ସାଙ୍ଗକୁ ଠିଆ ଠୋଇଠା ମାରି ସରପଞ୍ଚଙ୍କୁ ଗୁରୁତର କରି ପକାଇଥିଲେ । ଏହା ସହିତ ଅଶ୍ଲୀଳ ଭାଷା ପ୍ରୟୋଗ କରି ମାରିଦେବାକୁ ଧମକ ବି ଦେଲେ ।

ଏପଟେ ଘଟଣା ପରେ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର ବିଞ୍ଝାରପୁର ଥାନାରେ ପହଁଚି ଅଭିଯୁକ୍ତଙ୍କ ବିରୋଧରେ ଲିଖତ ଅଭିଯୋଗ କରିଛନ୍ତି । ଘଟଣା ସମୟର ଭିଡିଓ ଏବେ ସୋସିଆଲ ମେଡିଆରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ରାଜନୈତିକ ଆକ୍ରୋଶରୁ ଏଭଳି ପ୍ରାୟୋଜିତ କରାଯାଉଥିବା ସରପଞ୍ଚ ସୂଚନା ଦେଇଥିବା ବେଳେ ଭାଇରାଲ୍ ଭିଡିଓକୁ ଅଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.