ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ ଫଟୋ, ଆସିନଥିଲେ ପ୍ରିୟଙ୍କା

ପରିଣୀତି ଓ ରାଘବଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ଉଭୟ ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି । ଏହି ବିବାହରେ ପ୍ରିୟଙ୍କା ଚୋପ୍ରା ଆସିନଥିଲେ ହେଲେ ସୋସିଆଲ ମିଡିଆରେ ନିଜ ଭଉଣୀ ପାଇଁ ଏକ ମେସେଜ ସେୟାର କରିଥିଲେ ।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିଣୀତି ଓ ରାଘବଙ୍କ ଫ୍ୟାନ୍ସମାନେ ବିବାହ ଫଟୋ ଦେଖିବା ପାଇଁ ଅତି ଆଗ୍ରହର ସହ ଅପେକ୍ଷା କରିଥିଲେ। ଏହି ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି।

ଫଟୋ ସେୟାର କରି ପରିଣୀତି ଲେଖିଛନ୍ତି- ବ୍ରେକଫାଷ୍ଟ ଟେବୁଲରେ ଆମେ କଥା ଆରମ୍ଭ କରିଥିଲୁ, ଆମ ହୃଦୟକୁ ଏ ବିଷୟରେ ଜଣାଥିଲା । ଆମେ ଏହି ଦିନକୁ ବହୁତ ସମୟରୁ ଅପେକ୍ଷା କରିଥିଲୁ । ମିଷ୍ଟର ଏବଂ ମିଷ୍ଟ୍ରେସ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ ଏବଂ ଆମ ଫରେଭର ଏବେ ଆରମ୍ଭ ହୋଇଛି ।

ଏହି ୱିକେଣ୍ଡଟି ପରିଣୀତି ଓ ରାଘବଙ୍କର ଥିଲା। ତାଙ୍କ ବିବାହକୁ ‘ପଞ୍ଜାବୀ ୱେଡିଙ୍ଗ ଅଫ ଦ ଇୟର’ କୁହାଯାଉଛି। ଉଦୟପୁରର ଲୀଲା ପ୍ୟାଲେସରେ ଏହି ସୁନ୍ଦର ଦମ୍ପତିଙ୍କ ବିବାହ ହୋଇଥିଲା । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ହୋଇଥିବା ବେଜ ରଙ୍ଗର ଲେହେଙ୍ଗାରେ ପରିଣୀତି ବହୁତ ସୁନ୍ଦର ଦେଖାଯାଉଥିଲେ। ଏହା ସହିତ ନିଜ ଆଉଟଫିଟ ସହ ମ୍ୟାଚ କରୁଥିବା ଗହଣା ପିନ୍ଧିଥିଲେ। ରାଘବ ନିଜ ମା ଏବଂ ଫ୍ୟାସନ ଡିଜାଇନର ପବନ ସଚଦେବ ଦ୍ୱାରା ଡିଜାଇନ କରାଯାଇଥିବା ଆଇଭରି ରଙ୍ଗର ଶାଲୱାର ସୁଟରେ ନଜର ଆସିଥିଲେ। ଫଟୋ ଗୁଡିକରେ ଉଭୟ ଖୁବ ସୁନ୍ଦର ଦେଖାଯାଉଛନ୍ତି।

 

 

View this post on Instagram

 

A post shared by @parineetichopra


ସୂଚନାଯୋଗ୍ୟ ଯେ, ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଯେପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ରାଜନୀତି ଜଗତର ଅନେକ ବ୍ୟକ୍ତି ଯୋଗ ଦେଇଥିଲେ। ପୂର୍ବତନ ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ଭଉଣୀଙ୍କ ସହିତ ପରିଣୀତିଙ୍କ ବିବାହକୁ ଆସିଥିଲେ। ମନୀଷ ମଲହୋତ୍ରା, ଭାଗାଶ୍ରୀଙ୍କ ବ୍ୟତୀତ ଅନ୍ୟାନ୍ୟ ସେଲିବ୍ରେଟି ମାନେ ମଧ୍ୟ ପରିଣୀତି ଓ ରାଘବଙ୍କ ବିବାହରେ ସାମିଲ ହୋଇଥିଲେ। କିନ୍ତୁ ଏହି ବିବାହରେ ପ୍ରିୟଙ୍କା ଚୋପ୍ରା ଆସିନଥିଲେ ହେଲେ ସୋସିଆଲ ମିଡିଆରେ ନିଜ ଭଉଣୀ ପାଇଁ ଏକ ମେସେଜ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.