ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ

ମୁଖ୍ୟମନ୍ତ୍ରୀ କହିଛନ୍ତି,ଲୋକଙ୍କଠାରୁ ଅଭିଯୋଗ ଶୁଣୁଛି । ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ତ୍ବରିତ ପଦକ୍ଷେପ । ଗତ ୬ ମାସରେ ୧୯୦ଟି ସ୍ଥାନରେ ଜନଶୁଣାଣି ହୋଇଛି । ଲୋକଙ୍କ ଅଭିଯୋଗ ଶୁଣାଣି ଯୋଗୁ ଲୋକ ଖୁସି ପ୍ରକାଶ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ହଟ୍ଟଗୋଳ ଭିତରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ । ଲୋକଙ୍କଠାରୁ ଅଭିଯୋଗ ଶୁଣୁଛି । ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ତ୍ବରିତ ପଦକ୍ଷେପ । ଗତ ୬ ମାସରେ ୧୯୦ଟି ସ୍ଥାନରେ ଜନଶୁଣାଣି ହୋଇଛି । ଲୋକଙ୍କ ଅଭିଯୋଗ ଶୁଣାଣି ଯୋଗୁ ଲୋକ ଖୁସି ପ୍ରକାଶ କରିଛନ୍ତି ।

ଜନପ୍ରତିନିଧି ବି ଖୁସି । କିନ୍ତୁ ରାଜନୀତିକରଣ କାରଣ ପାଇଁ ବିରୋଧୀ ଦଳ ନାଖୁସ୍ । ଯେଉଁମାନେ ଏଭଳି ବିରୋଧ କରୁଛନ୍ତି ସେମାନେ ଜନବିରୋଧୀ । ଲୋକମାନେ ସେମାନଙ୍କୁ ଠିକଣା ଜବାବ ଦେବେ । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଶୁଣାଣି ଅଭିଯାନ ଜାରି ରହିଛି। ଆଗକୁ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.