ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଝୁଲୁଛି କର୍ମଚାରୀଙ୍କ ମୃତଦେହ, ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପି ବିଧାୟକ ଯୋଗେଶ ଶୁକ୍ଲାଙ୍କ ସରକାରୀ ଭବନରେ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତ ୨୪ ବର୍ଷୀୟ ଶ୍ରେଷ୍ଠ ତିଓ୍ଵାରୀ ବିଧ୍ୟାୟକ ଯୋଗେଶ ଶୁକ୍ଲାଙ୍କ ମିଡିଆ ସେଲରେ କାମ କରୁଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପି ବିଧାୟକ ଯୋଗେଶ ଶୁକ୍ଲାଙ୍କ ସରକାରୀ ଭବନରେ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଜଣକ ୨୪ ବର୍ଷୀୟ ଶ୍ରେଷ୍ଠ ତିଓ୍ଵାରୀ, ସେ ବାରବାଙ୍କିର ହାଇଦରଗଡରେ ବସବାସ କରନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ହେଲେ ଏପର୍ଯ୍ୟନ୍ତ ଶ୍ରେଷ୍ଠ ତିଓ୍ଵାରୀଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ ।

ପୋଲିସ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ସୂଚନା ଦେଇଛନ୍ତି । ମୃତ ଶ୍ରେଷ୍ଠ ତିଓ୍ଵାରୀ ବିଧ୍ୟାୟକ ଯୋଗେଶ ଶୁକ୍ଲାଙ୍କ ମିଡିଆ ସେଲରେ କାମ କରୁଥିଲେ । ହଜରତଗଞ୍ଜରେ ଅବସ୍ଥିତ ଏମେଲ ନିବାସ ପ୍ଲଟ୍‌ ନମ୍ବର ୮୦୪ରେ ରବିବାର ପ୍ରାୟ ୧୧.୩୦ରେ ଶ୍ରେଷ୍ଠ ତିଓ୍ଵାରୀ ଝୁଲି ପଡିଥିଲେ ।

ପୋଲିସ ଘଟଣାର ସୂଚନା ପାଇବା ମାତ୍ରେ ସେଠାରେ ପହଞ୍ଚିଥିଲା ଏବଂ କବାଟ ଭାଙ୍ଗି ବିଧାୟକଙ୍କ ନିବାସ ଭିତରକୁ ଯାଇଥିଲା । ଶ୍ରେଷ୍ଠ ତିଓ୍ଵାରୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପୋଲିସ ଝୁଲୁଥିବା ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି  । ଘଟଣା ସ୍ଥଳରୁ କୌଣସି ପ୍ରକାରର ସୁଇସାଇଟ୍‌ ନୋଟ୍‌ ମିଳି ନାହିଁ । ତେବେ ପୋଲିସ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଚେଷ୍ଟା କରୁଛି ।

ପରିବାର ଲୋକେ ପୁଅର ଆତ୍ମହତ୍ୟା କଥା ଜାଣି ଭାଙ୍ଗି ପଡିଛନ୍ତି । ଯୋଗେଶ ଶୁକ୍ଲା ବିକେଟିରୁ ବିଜେପି ବିଧାୟକ ଥିଲେ । ବିଧ୍ୟାୟକଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ସୂଚନା ଅନୁସାରେ, ଶ୍ରେଷ୍ଠ ତିଓ୍ଵାରୀ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ପରିଚିତଙ୍କୁ ଫୋନ୍‌ କରିଥିଲେ । ଏହାସହ ସେ କହିଥିଲେ ଯେ, ଆତ୍ମହତ୍ୟାର ଖବର କିଛି ସମୟ ମଧ୍ୟରେ ସାମ୍ନାକୁ ଆସିବ । ତେବେ ଫୋନ୍‌ରେ କଥା ହେଇଥିବା ବ୍ୟକ୍ତିକୁ ପୁଣି କଲ୍‌ କରାଯାଇଥିଲା, ହେଲେ ସେ ବ୍ୟକ୍ତି ଠାରୁ କୌଣସି ଜବାବ ମିଳି ନାହିଁ । ପୋଲିସ ମୃତକଙ୍କ ଫୋନ୍‌ ଜବତ କରିଛନ୍ତି ଏବଂ ଘଟଣାର ତଦନ୍ତ କରୁଛନ୍ତି ।

ସୂଚନା ଅନୁସାରେ, ଶ୍ରେଷ୍ଠ ତିଓ୍ଵାରୀ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଦେଖା କରିବା ପାଇଁ ବିଧାୟକ ନିବାସକୁ ଡାକିଥିଲେ । ଏହା ପରେ ସେହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଭିଡିଓ କଲ୍‌ରେ ଝଗଡା ହୋଇଥିଲା । ହେଲେ ଯେବେ ଗର୍ଲଫ୍ରେଣ୍ଡ ଦେଖା କରିବା ପାଇଁ ମନା କରିଥିଲା, ଶ୍ରେଷ୍ଠ ତିଓ୍ଵାରୀ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ । ତେବେ ଝଗଡାର କିଛି ସମୟ ପରେ ସେ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.