ଭୁଶୁଡିଲା ପୋଲ, ନଦୀରେ ଖସିପଡିଲା ଡମ୍ପର ଏବଂ ବାଇକ : ୧୦ ଉଦ୍ଧାର

ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ପୋଲ ଉପରେ ଯାଉଥିବା ଗାଡି ନଦୀକୁ ଖସିପଡିଛି । ୧୦ ଜଣଙ୍କୁ ଏହି ଘଟଣାରେ ଉଦ୍ଧାର କରାଯାଇଛି ।

ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଥିବା ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍, ବାଇକ୍ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ପୋଲ ଉପରେ ଡମ୍ପର ଓ ୨ଟି ବାଇକ ଯାଉଥିବା ବେଳେ ହଠାତ୍‌ ପୋଲଟି ଗଳିପଡିଥିଲା ।

ଏହି ଅଘଟଣ ପରେ ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।

ସ୍ଥାନୀୟ ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ, ଗୁଜରାଟର ମୋରବୀ ପୋଲ ଭୁଶୁଡିବା ପରେ ରାଜ୍ୟ ସରକାର ହାଇକୋର୍ଟକୁ ସହରାଞ୍ଚଳରେ ଥିବା ସମସ୍ତ ଛୋଟ ବଡ ପୋଲକୁ ନିରୀକ୍ଷଣ ସହିତ ପୁନଃରୁଦ୍ଧାର କରିବା ପାଇଁ କହିଥିଲେ । ମୋରବୀ ପୋଲ ଭୁଶୁଡିବା ଦୁର୍ଘଟଣାରେ ୧୩୫ ଲୋକଙ୍କ ଜୀବନ ଚାଲିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.