ଖୋର୍ଦ୍ଧାରେ ପୁଣି ଅସୁରକ୍ଷିତ ଦନ୍ତା, ମାଲ ବୋଝେଇ ଟ୍ରେନ ଧକ୍କାରେ ଗୋଟିଏ ହାତୀ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ରେଳମଣ୍ଡଳ ଅଧୀନ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟ ପାଖ କାନ୍ତଳବାଇ ରେଳ ଫାଟକ ନିକଟରେ ହାତୀକୁ ପିଟିଲା ମାଲ ବୋଝେଇ ଟ୍ରେନ।   ହାତୀ ପଲ ରେଳ ଧାରଣା ପାର ହେଉଥିବା ବେଳେ ଏକ ମାଲ ବୋଝେଇ ଟ୍ରେନ  ଧକ୍କାରେ ଗୋଟିଏ ହାତୀ ଗୁରୁତର ହୋଇଥିବା ସୂଚନା ମିଳିଛି । ହାତୀର ଡାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଛି ।

ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ବନ ବିଭାଗ କର୍ମଚାରୀ ମାନେ ପହଁଚି ହାତୀକୁ ଉଦ୍ଧାର କରିବାରେ  ଲାଗି ପଡିଛନ୍ତି।  ରେଳ ଫାଟକ ଉଭୟ ପାର୍ଶ୍ୱରେ ଗାଡି ମୋଟର ଭିଡ଼ ପରିଲକ୍ଷିତ ହୋଇଛି ।