Below header

ଆସିକାରେ ପୁଣି ଏନକାଉଣ୍ଟର, ପାଣ୍ଡିଆପଥର ଗାଁର ଟିଗିରି ଦୋରା ପୋଲିସ ଗୁଳିରେ ଆହତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଆସିକା ପୋଲିସର ପୁଣି ଏକ ଏନକାଉଣ୍ଟର । ପାଣ୍ଡିଆପଥର ଗାଁର ଟିଗିରି ଦୋରାକୁ ଏନକାଉଣ୍ଟର କରିଛି ପୋଲିସ । ଗାଁ ଦାଣ୍ଡରେ ଯୁବକକୁ ଗୁଳି କରି ଆତଙ୍କ ଖେଳାଇବା ଘଟଣା ଟିଗିରିକୁ ମହଙ୍ଗା ପଡ଼ିଛି। ଦୀପାବଳି ପାଇଁ ପାଣ୍ଡିଆପଥର ଚଳଚଞ୍ଚଳ ଥିବା ବେଳେ ଗାଁର ଜଣେ ଯୁବକ ବଳରାମ ସେଠୀଙ୍କ ବାମ ପାଦକୁ ଗାଁ ଦାଣ୍ଡରେ ଗୁଳି କରିଥିଲା ଟିଗିରି । ଖବର ପାଇ ଆସିକା ପୋଲିସ ଟିଗିରିର ପିଛା କରିଥିଲା । ଚାରିମାଇଲି ଛକଠାରେ ଟିଗିରି ଓ ତାର ଜଣେ ସହଯୋଗୀ ବାଇକରେ ପଳାଉଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଟିଗିରି ଆହତ ହୋଇଥିବା ବେଳେ ତା ସହଯୋଗୀ ଫେରାର ହୋଇଯାଇଛି । ଟିଗିରିକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତା ନିକଟରୁ ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି। ଟିଗିରି ଗୁଳିମାଡ଼ରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.