କଟକ: ଚୈଦ୍ବାର ପଶୁପତିଗଡ ଠାରେ ବସ ଟ୍ରକ ଧକ୍କା, ୧୫ ଯାତ୍ରୀ ଗୁରୁତର

ଚୈଦ୍ବାର(କେନ୍ୟୁଜ୍):  ଚୈଦ୍ବାର-ଟଙ୍ଗୀଥାନା ଅନ୍ତର୍ଗତ ୧୬ ଜାତୀୟ ରାଜପଥର ପଶୁପତିଗଡ଼ ଠାରେ ବସ ଟ୍ରକ ଧକ୍କା । ଘଟଣା ସ୍ଥଳରେ ୧୫ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାରା ହୋଇଯାଇଛି।  ସୂଚନା ମୁତାବକ କପିଳାସ ପଟୁ ଏକ ମାଲ ବୋଝେଇ ଟ୍ରକ ରେଳଷ୍ଟେସନ ଅତିକ୍ରାନ୍ତ କରି ଫେରୁଥିବା ବେଳେ କଟକରୁ ଡୁବୁରୀ ଅଭିମୁଖେ ଯାଉଥିବା  ଜେନା ନାମକ ଏକ ଘରୋଇ ସେହି ମାଲ ବୋଝେଇ  ଟ୍ରକର ପଛ ପଟକୁ  ଧକ୍କା ଦେଇଥିଲା ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହାତ ୧୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି କଟକକୁ ସ୍ଥାନାନ୍ତରିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.