ସମ୍ବଲପୁର ଗୋଲବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲା ପାଖାପାଖି ୧୦୦ଟି ଦୋକାନ ଘର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଗୋଲବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗି ପାଖାପାଖି ୧୦୦ଟି ଦୋକାନ ପୋଡି ଯାଇଛି । ବିଳମ୍ବିତ ରାତି ପାଖାପାଖି ୨ଟା ୧୫ରେ ନିଆଁ ଲାଗି ଥିବା କୁହାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଆୟତ୍ତ କରିବାକୁ ପାଖାପାଖି ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଗତକାଲି ଦୀପାବଳି ଥିବାରୁ ଅନେକ ଦୋକାନ ପୂଜା ହୋଇଥିଲା । ଦୋକାନରେ ଜଳୁଥିବା ଦୀପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହା ପୂର୍ବରୁ ମଧ୍ୟ ଗୋଲବଜାରରେ ୪ ଥର ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ହୋଇଯାଇଥିଲା ।

 

Leave A Reply

Your email address will not be published.