Below header

ତିନି ଦିନରେ ଦୁଇ ଦୁଇଥର, କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳବିଭାଗର ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ

କେନ୍ଦୁଝର(କେନ୍ୟୁଜ୍):  ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଏକ ଆଇରନ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି । ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦୀପ ବନ୍ଦର ଯାଉଥିଲା । କେନ୍ଦୁଝରଗଡ଼ ଷ୍ଟେସନ ଭିତରକୁ ଟ୍ରେନଟି ପଶୁଥିବା ବେଳେ ଟ୍ରାକ ଚେଞ୍ଜ ସମୟରେ ଏହାର ମଝି ୬ଟି ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକରୁ ଓହ୍ଲାଇବାକୁ ଉଦ୍ୟମ ଚାଲିଛି । ରେଳ ବିଭାଗ ଅଧିକାରୀ ପହଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

train derailed

ଗତ ୨୮ ତାରିଖ ଦିନ ସମାନ ସ୍ଥାନରେ ଅନ୍ୟ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେଥିରେ କାହାର କିଛି କ୍ଷତି ହୋଇନଥିଲା । ଏମିତିକି ଆଜି ମଧ୍ୟ ଏହି ଦୁର୍ଘଟଣା ଯୋଗୁଁ କୌଣସି ଧନଜୀବନ ହାନି ହୋଇନାହିଁ । ତେବେ ବର୍ତ୍ତମାନ ଏହି ରୁଟ୍‌ ଦେଇ କୌଣସି ଯାତ୍ରୀବାହୀ ଟ୍ରେନ ଯାତାୟାତ କରୁନାହିଁ । ତେବେ ତିନି ଦିନ ମଧ୍ୟରେ ଦୁଇ ଦୁଇଥର ଟ୍ରେନ୍‌ ଲାଇନଚ୍ୟୁତ ହେବା ଘଟଣା ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି । ତେବେ ଏନେଇ ରେଳବିଭାଗର ପ୍ରତିକ୍ରିୟା ମିଳି ପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.