Below header

ଆଜି ସନ୍ଧ୍ୟାରେ ନୂଆ ତରିକାରେ ପ୍ରସ୍ତୁତ କରି ଟେଷ୍ଟ କରନ୍ତୁ “ଖଟା ପନିର ରୋଲ”

ଫାଷ୍ଟଫୁଡ ଖାଇବାକୁ କାହାକୁ ଭଲ ନ ଲାଗେ । ସନ୍ଧ୍ୟା ସମୟରେ ଯଦି ସ୍ୱାଦିଷ୍ଟ ଫାଷ୍ଟଫୁଡ ମିଳିଯାଏ ତେବେ ତ ମଜା କହିଲେ ନ ସରେ । ବଜାରରୁ କିଣି ଖାଇବା ସ୍ୱାସ୍ଥ୍ୟ ପାଇଁ ସେତେଟା ଭଲ ନୁହେଁ । ତେଣୁ ଯଦି ଆପଣ ଘରେ ବନାଇ ଖାଆନ୍ତି ତେବେ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରିବା ସହ ସ୍ୱାସ୍ଥ୍ୟ ଉପରେ ବି କୌଣସି କୁ ପ୍ରଭାବ ପଡିବ ନାହିଁ । ତେବେ ଆସନ୍ତୁ ଏକ ନୂଆ ତରିକରେ ପନିର ରୋଲ ପ୍ରସ୍ତୁତି ପ୍ରଣାଳୀ ବାବଦରେ ଜାଣି ରଖିବା ।

ଆବଶ୍ୟକିୟ ସାମଗ୍ରୀ:

ଗୋଟେ ମଝି ଆକାରର ପିଆଜ

ଗୋଟେ ଚାମଚ ଭିନେଗାର

ଅଧା ଚାମଚ ଲୁଣ

୨ ଚାମଚ ତେଲ

କିଛି ରସୁଣ ଛୋଟ ଛୋଟ କଟାଯାଇଥିବା

ଖଣ୍ଡେ ଅଦା ଛୋଟ ଛୋଟ କଟାଯାଇଥିବା

କଞ୍ଚା ଲଙ୍କା

କ୍ୟାପ୍ସିକମ

 

paneer role
life berry

ଗୋଟେ ଚାମଚ ସୋୟା ସସ

୨ ଚାମଚ ଟମାଟୋ କେଚଅପ

ଲଙ୍କା ସସ

୨୦୦ ଗ୍ରାମ ପନିର

୪ଟି ମାଲାବାର ପରଠା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୁଲିରେ ଏକ ପ୍ୟାନ ବସାନ୍ତୁ । ସେଥିରେ କିଛି ତେଲ ଦିଅନ୍ତୁ । ତେଲ ଗରମ ହେଇ ଆସିଲେ ଅଦା ରସୁଣ କଟାକୁ ତେଲରେ ପକାନ୍ତୁ । ଏବେ ସେଥିରେ କଞ୍ଚା ଲଙ୍କା ଓ ପିଆଜ ଦିଅନ୍ତୁ । ଏବେ ସେଥିରେ କ୍ୟାପ୍ସିକମ ପକେଇ ଗୋଟେ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ସେଥିରେ ସୋୟାସସ, ଭିନେଗାର, କେଚଅପ, ଚିଲି ସସ ପକାନ୍ତୁ । ଏବେ ସେଥିରେ ପନିର ଦେଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ବସାନ୍ତୁ । ସସ, ପନିରରେ ପଶିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଏବେ ପରଠା ଉପରେ ଭଜା ଯାଇଥିବା ପନିର ଦିଅନ୍ତୁ । ପସନ୍ଦ ଥିଲେ ଅଧିକ ପିଆଜ ବି ଦେଇପାରିବେ । ଏବେ କିଛି ଭଜା ନୁଡୁଲ୍ସ ଦିଅନ୍ତୁ ଆଉ ରୋଲ ପରି ଗୁଡ଼ାଇ ଦିଅନ୍ତୁ । ଚାହିଁଲେ ଟମାଟୋ କେଚଅପ ସହ ପୋଦିନା ଚଟଣି ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.