Below header

ଭଞ୍ଜନଗର: ଘର ଭିତରୁ ମହିଳା ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ(କେ ନ୍ୟୁଜ): ଘର ଭିତରୁ ମହିଳା ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଶୈଳ ନାୟକ ବୋଲି ଜଣାଯାଇଛି । ତାଙ୍କ ଘର ଚାକୁଣ୍ଡାପଲ୍ଲୀ ଗାଁରେ । ମୃତଦେହକୁ ଜବତ କରି ତଦନ୍ତ କରୁଛି ଭଞ୍ଜନଗର ଥାନା ପୋଲିସ ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ଦିନକ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ପୋଲିସ ଅନୁମାନ କରୁଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.