ପୁଣି ମହାନତା ଦେଖାଇଲେ ଯବାନ, ବନ୍ଯା ପାଣିରେ ପଶି ଏମିତି ଯୋଗାଇଲେ ସେବା

ମାଲକାନଗିରି(କେନ୍ଯୁଜ୍): ଅନୁକୂଳ ପରିବେଶ ହେଉ କି ପ୍ରତିକୂଳ ସମୟକୁ ଏକ କରି ଯବାନ ତାର ଲକ୍ଷ୍ୟରେ ଆଗକୁ ବଢିଥାଏ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଜଙ୍ଗଲରେ। ଆମ ଯବାନ ଏକ ବଡ଼ ଧରଣର ଅପରେସନରେ ସଫଳ ହୋଇ ୪ ମାଓବାଦୀଙ୍କ ମୃତ ଦେହକୁ ଉଦ୍ଧାର କରି ଆଣୁଥିବାବେଳେ ରାସ୍ତାରେ ଅନେକ ବାଧାବିଘ୍ନ ଦେଇ ପାର ହେବାକୁ ପଡିଥିଲା। ଲଗାଣ ବର୍ଷା ଯୋଗୁଁ ଆସୁଥିବା ରାସ୍ତାରେ ମଣିଷ ଉଚ୍ଚା ପାଣି ଥିବାବେଳେ ଯବାନ ନିଜ କାନ୍ଧରେ ବାଇକ ଉଠାଇ ପାର କରିବା ସହ ମାଓବାଦୀଙ୍କ ମୃତ ଦେହ ଥିବା ଟ୍ରାକ୍ଟର ଏବଂ ଅନ୍ୟ ଗାଡିକୁ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଠେଲି ଠେଲି ପାର କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଜଙ୍ଗଲରେ DRG ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଏହି ଗୁଳି ବିନିମୟରେ DRG ଯବାନଙ୍କ ଏନକାଉଣ୍ଟରରେ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି।
କୋବ୍ରା ଏବଂ DRG ଯବାନ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ 3NOT3 ବନ୍ଧୁକ ସହିତ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରି ସମସ୍ତ ଜିନିଷ ଏହି ଗାଡିରେ ବୋଝେଇ କରି ଫେରିଛନ୍ତି ଯବାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.