ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଶୋକର ଛାୟା: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ନେଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ । ବିଦ୍ୟୁତ ଆଘାତରେ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ଭୁବନେଶ୍ୱର ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ଜଣେ ୫ ବର୍ଷର ଶିଶୁ ରହିଛି । ମୃତକ ହେଲେ ଲାଡ୍‌ଲୀ ପରଓ୍ଵିନ୍‌, ନାଜୁର ଖାତୁନ ଓ ତରବେଜ ଆଲମ୍‌ । ବିଦ୍ୟୁତ ଆଘାତ ଲାଗିବା ପରେ ସେମାନଙ୍କୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.