ରାଜଧାନୀରେ ଅସ୍ତବ୍ୟସ୍ତ କରିଦେଲେଣି ଲୁଟେରା: ପୁଣି ସୁନା ଦୋକାନରୁ ଗହଣା ଭର୍ତ୍ତି ବ୍ୟାଗ ନେଇ  ଛୁ ମାରିଲେ ଦୁଇ ଲୁଟେରା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅସ୍ତ ବ୍ୟସ୍ତ କରିଦେଲେଣି ଲୁଟେରା । ଦୁଇ ଦିନ ଧରି ମେଡିସିନି ଦୋକାନରୁ ଚୋରି କରିଚାଲିଛନ୍ତି ଲୁଟେରା। ଏବେ ଲଷ୍ମୀ ସାଗର ଅଞ୍ଚଳରେ ଏକ ଗହଣା ଦୋକାନରୁ ସୁନା ରୁପା ଭର୍ତ୍ତି ବ୍ୟାଗ ନେଇ ଛୁ ମାରିଛନ୍ତି ଦୁଇ ଲୁଟେରା । ଗତ ଦୁଇ ଦିନ ତଳେ ଘଟିଛି ଘଟଣା। ପ୍ରାୟ ୧୪ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ସୂଚନା । ଲୁଟେରାଙ୍କ ପୁରା ହରକତ CCTVରେ କଏଦ ହୋଇଛି। ଏନେଇ ଗହଣା ଦୋକାନୀ ଲକ୍ଷ୍ମୀ ସାଗର ଥାନାରେ କରିଛନ୍ତି ଅଭିଯୋଗ ।  । ଦିନ ଦ୍ବିପ୍ରହରେ ଦୋକାନୀ ପୂଜା କରୁଥିବା ସମୟରେ ବ୍ୟାଗ ଧରି ଛୁ ମାରିଛନ୍ତି ମୁଖା ପିନ୍ଧା ଲୁଟେରା । ଏମାନଙ୍କର ଲୁଟର ତାରିକା ବି ଭିନ୍ନ ପ୍ରକାର । 

ଜଣେ ବାଇକ ଧରି ରାସ୍ତାରେ ଛିଡା ହେଇଛି ଆଉ ଜଣେ ଦୋକାନ ଭିତରେ ପଶି ଲୁଟ କରୁଛି । ସମାନ ଢଙ୍ଗରେ ଲଗାତାର ୫ ଦିନ ଧରି ରାଜଧନୀର ବିଭିନ୍ନ ଦୋକନରୁ ଲୁଟ କରୁଛନ୍ତି ଲୁଟେରା। ମେଡ଼ିସିନ ଦୋକାନ ,ଗ୍ରୋସୋରି ଦୋକାନ ପରେ ପୁଣି ସାମ୍ନାକୁ ଆସିଲା ସୁନା ଦୋକନ ଲୁଟର ଚିତ୍ର।

Leave A Reply

Your email address will not be published.