Below header

ପୁଣି ମୋହନାରେ ୧୩ କୋଟିର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆଜି ଟଣ୍ଡରାଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଗଜପତି ଏସପି ସାରା ଶର୍ମା ଏବଂ ଜ଼ିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦେଶ କ୍ରମେ ଉକ୍ତ ଜଙ୍ଗଲର 63ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୩୦ହଜାର ଗଛ ନଷ୍ଟ କରାଯାଇଛି l ନଷ୍ଟ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୩ କୋଟି ହେବ ବୋଲି ଆର.ଉଦୟଗିରି ପୋଲିସ ସୂଚନା ଦେଇଛି l ଏହି ଅଭିଯାନ ରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.