ପୁଣି ଜଗତସିଂପୁରରୁ ଆସିଲା ଦୁଷ୍କର୍ମ ଅଭିଯୋଗ
୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଲ୍ଲାସାହି ପଞ୍ଚାୟତରେ। ଏହି ଘଟଣାରେ ଅଭିଯୁକ୍ତ ରିଦ୍ର ଦଳାଇକୁ ଗିରଫ କରିଛି କୁଜଙ୍ଗ ଥାନା ପୋଲିସ। ଅଭିଯୋଗ ହୋଇଛି, ନାବାଳିକା ଅଭିଯୁକ୍ତର ଘରକୁ ଖେଳିବାକୁ ଯାଇଥିଲା। ଏତିକିବେଳେ କେହି ଘରେ ନଥିବାର ସୁଯୋଗ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲା ନାବାଳିକାଙ୍କ ପରିବାର ଲୋକ।