କାଶ୍ମୀର ଘାଟିରେ ସେନା ସଂଖ୍ୟା ବଢ଼ାଇଲା ଭାରତ, ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନା ଆଉ କିଛି କାରଣ ରହିଛି ?

କାଶ୍ମୀରରେ କ’ଣ ହେବ? ଘାଟିରେ କାହିଁକି ୩୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି? ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନା ଆଉ କିଛି କାରଣ ରହିଛି? ସସପେନ୍ସ ଲାଗି ରହିଥିବା ବେଳେ ଜମ୍ମୁ କାଶ୍ମୀରରେ ଅଧିକ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ଏହା ଭିତରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଗୃହ ସଚିବ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସମେତ ଗୁଇନ୍ଦା ଓ ର’ ମୁଖ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ସେପଟେ ଆସନ୍ତାକାଲି ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ବୈଠକରେ କୌଣସି ବଡ଼ ଧରଣର ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି।