ବଦଳିଯିବ ହ୍ବାଟସଆପ୍-ଇନଷ୍ଟାଗ୍ରାମର ନାମ, ଖୁବଶୀଘ୍ର ଫୋନରେ ଦେଖାଯିବ ନୂଆନାମ

ଫେସବୁକ Inc ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପରେ ନିଜ ନାମ ଆଡ୍ କରିଛି । ତେଣୁକରି ଖୁବଶୀଘ୍ର ହ୍ବାଟସ ଆପ୍ ଏବଂ ଇନଷ୍ଟାଗ୍ରାମର ନାମ ବଦଳିଯିବ । ସୋସିଆଲ ନେଟୱାର୍କ ସାଇଟ ଫେସବୁକ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ସେୟାରିଂ ଆପ ଗତ କିଛି ବର୍ଷ ପୂର୍ବେ କିଣିଥିଲା । ପୂର୍ବରୁ ଫେସବୁକରେ ଏହାର କୌଣସି ପ୍ଲାଟଫର୍ମ ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ଏହି ନାମ ଯୋଡିହେବା ଦ୍ବାରା ବ୍ୟବହାରକାରୀ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ଫେସବୁକର ଅଂଶ ହେବ । ଏକ ରିପୋର୍ଟ ମୁତାବକ, ଫେସବୁକ ପକ୍ଷରୁ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ କର୍ମଚାରୀଙ୍କୁ ଏହା ବିଷୟରେ ଜଣାଇଛନ୍ତିା ଦୁଇଟି ଯାକ ଆପକୁ ରିବ୍ରାଣ୍ଡ୍ କରିବା ପାଇଁ କମ୍ପାନୀ ଯୋଜନା କରୁଛି ।
ଖୁବଶୀଘ୍ର ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମର ନାମ ବଦଳିବା ଏବଂ ଫେସବୁକ କମ୍ପାନୀ ଏହାକୁ ରିବ୍ରାଣ୍ଡ୍ କରିବା ଖବର ବିଷୟରେ ନିଶ୍ଚିତ କରିଥିଲା । ଖୁବଶୀଘ୍ର ହ୍ବାଟସଆପ୍ ପରିବର୍ତ୍ତେ ‘ହ୍ବାଟସଆପ ଫର୍ମ ଫେସବକୁ’ ଏବଂ ଇନଷ୍ଟାଗ୍ରାମ ପରିବର୍ତ୍ତେ ‘ଇନଷ୍ଟାଗ୍ରାମ ଫର୍ମ ଫେସବୁକ’ ନାମରେ  ନଜର ଆସିବ ।

ଏହାସହ ପଢନ୍ତୁ ; ଫେସବୁକର ନୂଆ ଟେକ୍ନୋଲୋଜି ! ଯାହା ଭାବିବେ ତାହା ଆପେ ଆପେ ଟାଇପ ହୋଇଯିବ

କିନ୍ତୁ ଏପର୍ଯ୍ୟନ୍ତ ଏହି ନାମ ସଠିକ ରହିବ ନାହିଁ ତାହା ନିଷ୍ପତ୍ତି ନିଆଯାଇନାହିଁ । ପୂର୍ବରୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ହୋମସ୍କ୍ରିନରେ ପୂର୍ବଭଳି ନାମ ରହିଥିବା ବେଳେ ପ୍ରଥମ ଥର ଏହି ଆପ୍ ବ୍ୟବହାରକାରୀଙ୍କ ପାଇଁ ପରିବର୍ତ୍ତିତ ନାମ ଦେଖାଯିବ । ଆପଲ ଏବଂ ଗୁଗଲ ଷ୍ଟୋରରେ ଏହା ନୂଆ ନାମରେ ନଜର ଆସିବ । ସେହିପରି ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ସେଟିଂ ପେଜ ତଳକୁ ‘ଇନଷ୍ଟାଗ୍ରାମ ଫର୍ମ ଫେସବୁକ’ ଆପ୍ ଦେଖିବାକୁ ମିଳୁଛିା ଯାହା କେବଳ ଆଇଓଏସ ବ୍ୟବହାରକାରୀ ପାଇଁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.