ଅସ୍ତରଙ୍ଗରୁ ପୁଣି ଏକ ସନ୍ଦିଗ୍ଧ ପାରା ଉଦ୍ଧାର, ପୋଲିସ ପହଞ୍ଚି କଲା ତଦନ୍ତ

ପାରା ଗୋଡରେ ଲାଗିଥିବା ଟ୍ୟାଗକୁ ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପାରା ଟିକୁ ଏକ ଜାଲ ସାହାଜ୍ଯରେ ଧରି ସଙ୍ଗେ ସଙ୍ଗେ ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ଖବର ପାଇ ସାମୁଦ୍ରିକ ଥାନା ଅଧିକାରୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କାକଟପୁର(କେନ୍ୟୁଜ୍): ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମର ଉପେନ୍ଦ୍ର ପତିଙ୍କ ଘରଛାତ ଉପରେ ଏକ ସନ୍ଦିଗ୍ଧ ପାରା ବସିଥିବା ବେଳେ ସେହି ପାରା ଗୋଡରେ ଏକାଧିକ ଟ୍ୟାଗ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ପାରା ଗୋଡରେ ଲାଗିଥିବା ଟ୍ୟାଗକୁ ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପାରା ଟିକୁ ଏକ ଜାଲ ସାହାଜ୍ଯରେ ଧରି ସଙ୍ଗେ ସଙ୍ଗେ ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ଖବର ପାଇ ସାମୁଦ୍ରିକ ଥାନା ଅଧିକାରୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣା ଅନୁଯାଇ ଉପେନ୍ଦ୍ର ପତି ନିଜ ଘରେ କିଛି ପାରା ପୋସିଛନ୍ତି । ତାଙ୍କ ପୋଷା ପାରା ସହିତ ଏହି ସନ୍ଦିଗ୍ଧ ପାରାଟି ଦୁଇଦିନ ହେବ ଆସି ମିଶୁଥିଲା ଏବଂ ପାରା ମାନଙ୍କ ସହ ତାଙ୍କ ଘରେ ଯାଇ ବସିଥିଲା। ପାରା ଗୋଡରେ ସନ୍ଦେହ ସୃଷ୍ଟି କରୁଥିବା ଟ୍ୟାଗ ଦେଖିଲା ପରେ ସେ ଗ୍ରାମବାସୀମାନଙ୍କୁ ଜଣାଇଥିଲେ  ଏବଂ ଜାଲ ପକାଇ ପାରା ଟିକୁ ଧରି ନେଇଥିଲେ। ସନ୍ଦିଗ୍ଧ ପାରା ବିଷୟରେ ଖବର ପ୍ରଚାର ହେବାପରେ ପରଟିକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରାଟିକୁ ଯାଞ୍ଚ କରିଥିଲ ଏବଂ ଅଧିକ ତଥ୍ଯ ଯାଞ୍ଚ ପାଇଁ ବନବିଭାଗର ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ।  ପାରାଟିକୁ ଉଦ୍ଧାର କରିଥିବା ଯୁବକଙ୍କୁ ପାରାଟିକୁ ସୁରକ୍ଷିତ ରଖିବା ପାଇଁ ଦାୟିତ୍ବ ଦେଇ ଘଟଣା ସ୍ଥଳରୁ ପୁଲିସ ଫେରି ଆସିଛି। ଆସନ୍ତା କଲି ବନବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପାରା ଗୋଡରେ ଲାଗିଥିବା ଟ୍ୟାଗକୁ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି |

Leave A Reply

Your email address will not be published.