ଅନୁଗୁଳ : ଉତପାତ୍ କରୁଛି ‘ସୁନ୍ଦରୀ’

ଅନୁଗୁଳ (କେନ୍ୟୁଜ୍) : ପୁଣି ମଣିଷ ମାରିଲା ବାଘୁଣୀ ‘ସୁନ୍ଦରୀ’ । ଅନୁଗୁଳ ଟାଇଁସି ଗାଁରେ ଜଣଙ୍କୁ ଝାମ୍ପିନେଲା‘ସୁନ୍ଦରୀ’ । ବିଲକୁ ଯାଇଥିବାବେଳେ ତ୍ରିନାଥ ସାହୁଙ୍କୁ ଝାମ୍ପିନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ବାଘୁଣୀ ସୁନ୍ଦରୀର କାମ ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅନୁଗୁଳ ଟାଇଁସି ଗାଁରେ ଉତ୍ତେଜନା ଦେଖାଦେଇଛି । ଏସିଏଫ୍ ଶୁଭେନ୍ଦୁ ବେହେରା ଏବଂ ଆଉ କିଛି ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । ଏସିଏଫ୍ ଓ ପୁରୁଣାବନ୍ଧ ଆଇଆଇସି ବିଜୟ ହାଇବୁରୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ସାମ୍ବାଦିକଙ୍କୁ ‘ସୁନ୍ଦରୀ’ ଆକ୍ରମଣ କରିଛି । ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସାତକୋଶିଆରେ ସାମ୍ବାଦିକଙ୍କୁ ‘ସୁନ୍ଦରୀ’ର ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆସିଥିବା ଅଭିଯୋଗର ତଦନ୍ତ ହେବ ବୋଲି କହିଛନ୍ତି ଅନୁଗୁଳ ଜିଲ୍ଲାପାଳ । କିଛି ଦିନ ତଳେ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ନେଇ ହଇଚଇ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.