ସବୁ ଭୋଟିଂ ସ୍ଥାନରେ ବିଜେପି ହିଂସା ସୃଷ୍ଟି କରୁଛି: ନିର୍ବାଚନ କମିଶନଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ): ନିର୍ବାଚନ କମିଶନଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି । ପଞ୍ଚାୟତ ନର୍ବାଚନରେ ବିଜେପି ହିଂସାକୁ ଆପଣାଉଛି । ତ୍ରୀସ୍ତରୀୟ ନିର୍ବାଚନର ଆଜି ଶେଷ ଭୋଟିଂ ଦିନ । ଆଜି ଯାଏ ସବୁ ଭୋଟିଂ ସ୍ଥାନରେ ବିଜେପି ହିଂସା ସୃଷ୍ଟି କରୁଛି ।

ଗତକାଲି ରାତିରେ ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାୟକ ରାତିରେ ଟଙ୍କା ବାଣ୍ଟୁଥିବା ବେଳେ ସାଧାରଣ ଲୋକ ତାଙ୍କୁ ଧରିଛନ୍ତି । ବିଭିନ୍ନ ଯାଗାରେ ଟଙ୍କା ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.