ଶିମିଳିପାଳକୁ ନିଆଁ ଡର, ମୁକାବିଲା ପାଇଁ ଲାଗିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା

ଆସିଲାଣି ତାତି। ଶିମିଳିପାଳକୁ ଘାରିଛି ନିଆଁ ଡର। ମୁକାବିଲା ଲାଗି AI ଟେକ୍ନଲୋଜି ବ୍ୟବହାର ହେବ। ଲାଗିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା । ଏହି କ୍ୟାମେରା ଚତୁଃର୍ପାଶ୍ୱର ୧୫ କିଲୋମିଟର ପରିଧି ଭିତରେ ଭିଡିଓ ଏବଂ ଫୋଟ ଉଠାଇ ତୁରନ୍ତ କଣ୍ଟ୍ରୋଲ ରୁମକୁ ପଠାଇବ। ନିଆଁ ଲାଗିଲେ କିମ୍ବା ବନ୍ୟଜନ୍ତୁ ଶିକାରୀ ପ୍ରବେଶ କଲେ ତାହା ସଙ୍ଗେ ସଙ୍ଗେ ଜାଣିହେବ।

ଶିମିଳିପାଳ (କେନ୍ୟୁଜ): ଆସିଲାଣି ତାତି। ଶିମିଳିପାଳକୁ ଘାରିଛି ନିଆଁ ଡର। ମୁକାବିଲା ଲାଗି AI ଟେକ୍ନଲୋଜି ବ୍ୟବହାର ହେବ। ଲାଗିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା । ଏହି କ୍ୟାମେରା ଚତୁଃର୍ପାଶ୍ୱର ୧୫ କିଲୋମିଟର ପରିଧି ଭିତରେ ଭିଡିଓ ଏବଂ ଫୋଟ ଉଠାଇ ତୁରନ୍ତ କଣ୍ଟ୍ରୋଲ ରୁମକୁ ପଠାଇବ। ନିଆଁ ଲାଗିଲେ କିମ୍ବା ବନ୍ୟଜନ୍ତୁ ଶିକାରୀ ପ୍ରବେଶ କଲେ ତାହା ସଙ୍ଗେ ସଙ୍ଗେ ଜାଣିହେବ। ଏହି କ୍ୟାମେରା ଲାଗିଲେ ସମସ୍ୟା ସମାଧାନ ହେବ ବୋଲି କୁହାଯାଉଛି। ଜଙ୍ଗଲ ଭିତରେ ଏପରି କ୍ୟାମେରା ଲାଗିବା ଓଡ଼ିଶାରେ ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି।

କେବଳ ଏତିକି ନୁହଁ, ନିଆଁ ଲାଗିଥିବା ସ୍ଥାନ ଜାଣିବା ସହ ତାକୁ ଲିଭେଇବା ପାଇଁ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲେ ତାକୁ ଲିଭାଇବା କଷ୍ଟକର ହେଇଥାଏ। ଶିମିଳିପାଳରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ଜାଣି ପାରନ୍ତି ନାହଁ । ସାଟାଲାଇଟ୍ ରିପୋର୍ଟ ମିଳିବାରେ ୪ ଘଣ୍ଟା ବିଳମ୍ବ ହୋଇଥାଏ। ତେଣୁ ୩୬୦ ଡିଗ୍ରୀ କ୍ୟାମେରା ଓ ଥର୍ମାଲ ଡ୍ରୋନ୍ କ୍ୟାମେରା ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.