ଆନ୍ଧ୍ର ଟ୍ରେନ ଦୁର୍ଘଟଣା : ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ ଟ୍ରେନ ଡ୍ରାଇଭର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀରେ ଦୁର୍ଘଟଣା ହୋଇଥିବା ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ମୋବାଇଲ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଗତବର୍ଷ ଅକ୍ଟୋବର ୨୯ ତାରିଖ ଦିନ ଦୁଇଟି ପାସେଞ୍ଜର୍ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀ ପ୍ରାଣ ଚାଲିଯାଇଥିଲା । ଯାହାର କାରଣ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣା ହୋଇଥିବା ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ମୋବାଇଲ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍ ଟ୍ରେନ୍ ବିଶାଖାପଟନମ୍ ପଲାସା ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା । ଲାଇନଚ୍ୟୁତ ହୋଇଥିଲା ରାୟଗଡ଼ା ପାସେଞ୍ଜରର ଦୁଇଟି ବଗି ଓ ବିଶାଖପାଟଣା-ପଲାସ ପାସେଞ୍ଜରର ୩ଟି ବଗି । ଏହି ଦୁର୍ଘଟଣାରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ଭିତରେ ଥିଲେ ୯ ଜଣ ପୁରୁଷ ଓ ୨ ଜଣ ମହିଳା ।

ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବା ବେଳେ ରେଳମନ୍ତ୍ରୀ ବୈଷ୍ଣବ ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣାର କାରଣ କହିଛନ୍ତି । ସେ କହିଛନ୍ତି, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଲୋକୋ ପାଇଲଟ୍ ଓ କୋ-ପାଇଲଟ୍ କ୍ରିକେଟ୍ ଖେଳ ଯୋଗୁଁ ଅନ୍ୟମନସ୍କ ହୋଇଯାଇଥିଲେ । ତେବେ ଡ୍ରାଇଭରଙ୍କ ଏଭଳି ଦାୟିତ୍ୱହୀନତାକୁ ଚିହ୍ନଟ କରିବା ସହିତ ପାଇଲଟ୍ ଓ ସହକାରୀ ପାଇଲଟ୍ମାନେ ଟ୍ରେନ୍ ଚଳାଇବାରେ ଧ୍ୟାନ ରଖିଛନ୍ତି ବୋଲି ସୁନିଶ୍ଚିତ ହେବାକୁ ଆମେ ସିଷ୍ଟମ୍ ଲଗାଇବାକୁ ବ୍ୟବସ୍ଥା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.