ମାନବିକତା ଭୁଲିଗଲେ ଡାକ୍ତର, କିରାଣୀଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କଲେ ସିଡିଏମଓ କାର୍ଯ୍ୟାଳୟ

ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ମାଡ଼ ମାରି ଆହତ କରିଛନ୍ତି ଦୁଇ କିରାଣିଙ୍କୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ମାରପିଟ । ନିଜର ପେଶା ଭୁଲିଯାଇ କିରାଣୀଙ୍କୁ ମାଡ଼ ମାରିଲେ ଡାକ୍ତର ।

ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ମାଡ଼ ମାରି ଆହତ କରିଛନ୍ତି ଦୁଇ କିରାଣିଙ୍କୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ମାରପିଟ । ନିଜର ପେଶା ଭୁଲିଯାଇ କିରାଣୀଙ୍କୁ ମାଡ଼ ମାରିଲେ ଡାକ୍ତର । ଦୁଇ ଜଣ ଡାକ୍ତର ନିଶାଗ୍ରସ୍ତ ହୋଇ ଆସି ଏକ ଅଫିସ କାମକୁ ନେଇ ମାଡ ମାରିବା ସହ ସିଡିଏମଓ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବାର ଅଭିଯୋଗ ଆସିଛି ।

ସେପଟେ ଏପରି ଦାଦାଗିରିକୁ ନେଇ ମେଡିକାଲ କର୍ମଚାରୀ ସିଡିଏମଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି । ଏହି ଦୁଇ ଡାକ୍ତର କିରାଣୀଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି । ଫଳରେ ୨ ଡାକ୍ତରଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି ।

ତେବେ ଆସନ୍ତୁ ଏହା ପଛର ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା । ଗତକାଲି ଅପରାହ୍ନରେ ଦୁଇ ଜଣ ଡାକ୍ତରଙ୍କ ସମେତ ମୋଟ ୪ଜଣ ଏକ କାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କୌଣସି କଥାକୁ ନେଇ ଆକାଉଣ୍ଟ୍ସ ବିଭାଗକୁ ଯାଇ ଆକାଉଣ୍ଟାଣ୍ଟ ସଙ୍ଗୀତା ଘୋଷଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଏହି ଦୁଇଜଣ ଡାକ୍ତର ।

ଏହାସହ କିରାଣୀ ପ୍ରଶାନ୍ତ କୁମାର ମିଶ୍ର ଓ ସୁକଦେବ ଦେବଗନଙ୍କୁ ମାଡ଼ ମାରିଥିଲେ । କେବଳ ସେତିକି ନୁହେଁ ଏହାପରେ ପୁଣି କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ଘଟଣା ପରେ କର୍ମଚାରୀମାନେ ସିଡିଏମ୍‌ଓଙ୍କୁ ସବୁ କଥା ଜଣାଇଥିଲେ । ପରେ ସିଡିଏମ୍‌ଓଙ୍କ ଅଭିଯୋଗ ଆଧାରରେ ଟାଉନ୍‌ ଥାନା ପୋଲିସ ୨ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଜଣେ ଡାକ୍ତରଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ସୁଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.