Below header

ଅସୁରକ୍ଷିତ ଭୁବନେଶ୍ବର ଏମସ ବିଲଡ଼ିଂ

ଭୁବନେଶ୍ୱର ସ୍ଥିତ ଏମସ ବିଲଡିଂ ସୁରକ୍ଷିତ କି ନୁହଁ ? ଆଉଟଡୋର ସିଲିଂ ଖସିବା ଓ କାଜୁଆଲିଟି ରୁମ୍ କାନ୍ଥ ଦବିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ କର୍ତ୍ତୃପକ୍ଷ କହିଛନ୍ତି, ଏମ୍ସ ସଂପୂର୍ଣ୍ଣ ସୁରକ୍ଷିତ । ଆଇଆଇଟି ଟିମ୍ ଆସି ଏହାର ଯାଞ୍ଚ କରିବ । ସେପଟେ ୨୫ ତାରିଖରେ ହେବାକୁ ଥିବା ଏମସ ସମାବର୍ତ୍ତନ ଉତ୍ସବ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ଦୁଇ ଦିନ ତଳେ ଦବି ଯାଇଥିଲା କାଜୁଆଲିଟି ବିଭାଗର କାନ୍ଥ । ଭୟଭୀତ ରୋଗୀ ଓ ସଂପର୍କୀୟ । ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ନିର୍ଦ୍ଦେଶିକା କହିଛନ୍ତି, ଏମ୍ସ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପିଲର ଦବି ନାହିଁ, କାନ୍ଥ ଠିକ୍ ଅଛି । ଯାହା କିଛି ଅସୁବିଧା ହୋଇଛି, ସେଥିପାଇଁ ଆଇଆଇଟିର ପରାମର୍ଶ ମଗାଯାଇଛି । ସେମାନେ ଆସି ଯାଞ୍ଚ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ । ସେପଟେ ଆସନ୍ତା ୨୫ ତାରିଖରେ ହେବ ଭୁବନେଶ୍ୱର ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏମ୍ସର ଅଡିଟୋରିଅମରେ ଏହି ଉତ୍ସବ ଅନୁଷ୍ଠିତ ହେବ ।

୧୫୦ ଏକର ପରିମିତ ସ୍ଥାନରେ ଠିଆ ହୋଇଛି ଭୁବନେଶ୍ୱର ଏମ୍ସ । ଦେଶର ଏକ ନାମୀ ନିର୍ମାଣକାରୀ ସଂସ୍ଥା ଏହାର ନିର୍ମାଣ କାଯ୍ୟର୍ କରିଥିଲା । ବର୍ତ୍ତମାନ ସୁଦ୍ଧା ନିର୍ମାଣ କାଯ୍ୟର୍ ସଂପୂର୍ଣ୍ଣ ହୋଇନାହିଁ । ଏହାପୂର୍ବରୁ କାନ୍ଥ ଦବିବା ଓ ସିଲିଂ ଖସିବା ଭଳି ଅଘଟଣ କାମର ମାନକୁ ନେଇ ପ୍ରଶ୍ନ ଉଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.